ବଲାଙ୍ଗୀର,୧୩।୩(ଦେବବ୍ରତ ଗୁରୁ) : ପାଟଣାଗଡ଼ର ମୁଖ୍ୟ ରାସ୍ତା ସମେତ ଜନଗହଳି ଅଞ୍ଚଳ ଗୁଡିକରେ ଗତ ୪ଦିନ ହେବ ଷ୍ଟ୍ରିଟ ଲାଇଟ ଜଳୁନଥିବା ଯୋଗୁଁ ଜନଅସନ୍ତୋଷ ବୃଦ୍ଧି ପାଉଥିବା ଲକ୍ଷ କରାଯାଇଛି । ସାଧାରଣ ଜନତା ସମେତ ଛାତ୍ର ଛାତ୍ରୀ ପଥଚାରୀ ଗାଡିଚାଳକ ପ୍ରଭୃତି ସେହି ରାସ୍ତା ଗୁଡିକରେ ବହୁଳ ଭାବେ ଚଳ ପ୍ରଚଳ କରିଥାନ୍ତି । ଚାରି ଦିନ ଧରି ଆଲୁଅ ବନ୍ଦ ରହିବା ନେଇ କାର୍ତ୍ୟୁପକ୍ଷଙ୍କ ନିରବ ରହିବା ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?





















