କରୋନା ଭୂତାଣୁ ଉପରେ ପ୍ରସ୍ତୁତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

439
ADVERTISEMENT

ନୂଆଦିଲ୍ଲୀ, ୦୩/୩ (ଡ଼ିଏଚ) : କୋଭିଡ-୧୯ ନୋଭେଲ କରୋନା ଭୂତାଣୁ ଉପରେ ହୋଇଥିବା ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିଛନ୍ତି ।

“କୋଭିଡ-୧୯ ନୋଭେଲ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଏହାକୁ ପ୍ରତିରୋଧ କରିବା ନେଇ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛି । ଭାରତରେ ପହଞ୍ଚୁଥିବା ସବୁ ଲୋକଙ୍କୁ ଯାଞ୍ଚ କରାଯିବା ଠାରୁ ଆରମ୍ଭ କରି ତୁରନ୍ତ ଚିକିତ୍ସା ପ୍ରଦାନ କରାଯିବା ଦିଗରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟମାନେ ମିଳିମିଶି କାର୍ୟ୍ୟ କରୁଛନ୍ତି ।

ଏଥିଲାଗି ଭୟଭୀତ ହେବାର କାରଣ ନାହିଁ । ଆମକୁ ମିଳିମିଶି କାମ କରିବାକୁ ହେବ ଏବଂ ଆତ୍ମସୁରକ୍ଷା ସୁନିଶ୍ଚିତ କରିବା ଲାଗି ଛୋଟ କିନ୍ତୁ ମହତ୍ଵପୂର୍ଣ୍ଣ ଉପାୟ ଅବଲମ୍ବନ କରିବାକୁ ପଡିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisement