Sunday, September 20, 2026
ADVERTISEMENT
Home ଜିଲ୍ଲା ଦିନ ଦ୍ବିପହରରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ଦିନ ଦ୍ବିପହରରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

342
ADVERTISEMENT

ବାଲେଶ୍ୱର,୩/୩(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧିନ ପୂର୍ବପଡା ଗ୍ରାମର ମାନସ କୁମାର ଲେଙ୍କାଙ୍କ ଘରୁ ଦିନ ଦ୍ବିପ୍ରହରରେ କେହିନଥିବାର ସୁଯୋଗ ନେଇ ଆଜି ଦିନ ପ୍ରାୟ ୧୧.୩୦ମିନିଟିରୁ ୧୨,୩୦ମିନିଟ ସମୟ ଭିତରେ ଘରର ପ୍ରଥମ ଗେଟ୍ ତାଲା ଭାଙ୍ଗି ଘରେ ପଶି ଲୁହା ଆଲମିରା ଭାଙ୍ଗି ଆଲମିରା ଖୋଲି ରାଣୀ ହାର,ନେକେଲସ,ଓ ଅନ୍ୟାନ୍ୟ ସୁନା ଅଳଙ୍କାର ପ୍ରାୟ୧୦୦ଗ୍ରାମ ଓ ରୁପା ୧୦୦ଗ୍ରାମକୁ ମିଶାଇ ମୋଟ ୫ଲକ୍ଷରୁ ଅଧିକ ଟଙ୍କାର ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଛି , ଘଟଣାରୁ ଯାହା ଜଣାପଡିଛି ଘର ମାଲିକ ମାନସ ଲେଙ୍କା ଶିକ୍ଷକ ହୋଇ ଥିବାରୁ ସେ ଦିନ୧୦ଟା ସମୟରେ ସ୍କୁଲକୁ ଚାଲି ଗଲା ପରେ ତାଙ୍କର ସ୍ତ୍ରୀ ଓ ପୁଅ ଘରେ ତାଲା ପକାଇ ଗାଁର ଜଣେ ପଡୋଶୀଙ୍କ ଘରକୁ କୌଣସି କାର୍ଯ୍ୟରେ ଯାଇଥିଲେ । ଏହାର ସୁଯୋଗ ନେଇ ଚୋରମାନେ ଘରେ ପଶି ଚୋରି କରିବାକୁ ସକ୍ଷମ ହୋଇଥିଲେ । ଏ ବିଷୟରେ ଘର ମାଲିକ(ମୁଖ୍ୟ) ମାନସ ଲେଙ୍କାଙ୍କ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଛି । ପ୍ରକୃତ ଚୋରଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରିରଖିଛି ।

Advertisement