ଦେଓଗାଁ ରୋଡ଼ -ବଡ଼ମାଳ ଷ୍ଟେସନ ମଧ୍ୟରେ ରେଳ ନିରାପତ୍ତା ସମ୍ପର୍କୀୟ ନିରୀକ୍ଷଣ ହେବ

279
ADVERTISEMENT

ବଲାଙ୍ଗୀର,୨୫।୨,( ସୁନୀଲ ତ୍ରୀପାଠୀ) : ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ଦେଓଗାଁ ରୋଡ଼ -ବଡ଼ମାଳ ଷ୍ଟେସନ ମଧ୍ୟରେ ଆଜି ଦୋହରୀକରଣ ଓ ବିଦ୍ୟୁତକରଣ ଅଫ ଲାଇନ କାର୍ଯ୍ୟ ନିରୀକ୍ଷଣ ହେବ l ଏହି କାର୍ଯ୍ୟ କ୍ରମରେ ସକାଳ ୯ଟା ରୁ ସନ୍ଧ୍ୟା ୭ଟା ପର୍ଯନ୍ତ ସ୍ପିଡ଼ ଟ୍ରାଏଲ ହେବ l ଏଣୁ କରି ଏହି ସମୟ ମଧ୍ୟରେ ଉକ୍ତ ରେଳ ଲାଇନ ଦେଇ କୌଣସି ପ୍ରକାର ଯାତାୟାତ ଓ ବ୍ୟବହାର ନ କରିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି l ଦକ୍ଷିଣପୂର୍ବ ସର୍କଲ କୋଲକତା ରେଳବାଇର ନିରାପତ୍ତା ଆୟୁକ୍ତ ଶ୍ରୀ ଏ. କେ. ରାୟ ଏ ସମ୍ପର୍କ ରେ ସୂଚନା ଦେଇଛନ୍ତି l

Advertisement