ବଲାଙ୍ଗୀର,୨୫।୨,(ଦେବବ୍ରତ ଗୁରୁ) : କାଲି ରାତି ହଠାତ ମାଡି ଆସିଲା ବାତ୍ୟା, ଯୋର ସୋରରେ ପବନ ବହିବା ସାଙ୍ଗରେ ବର୍ଷା ମଧ୍ୟ ବେଶ ଅସରାଏ ବରଷିଦେଲା l ଅଦିନିଆ ବାତ୍ୟା ଯୋଗୁଁ ସହର ତଥା ଗ୍ରାମାଞ୍ଚଳ ଅଂଚଳରେ ଅନେକ କ୍ଷୟକ୍ଷତି ଘଟିଛି ଓ ଅନେକ ସ୍ଥାନରେ ଗଛ ଭାଙ୍ଗିଛି ତଥା ଘର ଓ ଦୋକାନର ଟିଣ ଓ ଆଜବେଷ୍ଟ ଇତ୍ୟାଦି ଉଡେଇ ନେଇଯାଇଛି l
















