Friday, September 25, 2026
ADVERTISEMENT
Home ଜାତୀୟ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

609
Image: Dslrnews
ADVERTISEMENT

• ଉଦଘାଟନୀ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ
• ୧୭ଟି ଶ୍ରେଣୀରେ ଭାଗନେବେ ଦେଶର ୧୫୦ ବିଶ୍ୱବିଦ୍ୟାଳୟର ୩୫୦୦ କ୍ରୀଡାବିତ


ନୂଆଦିଲ୍ଲୀ , ୨୨/୨ (ଡ଼ିଏଚ) : ଓଡ଼ିଶାରେ ଖେଳା ଯିବାକୁ ଥିବା ଦେଶର ସର୍ବ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ଆସନ୍ତା କାଲି ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମଠାରେ ଉଦଘାଟନୀ ସମାରୋହରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ରହିବେ ।

ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ଏହି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଆୟୋଜନ କରିଛନ୍ତି ।ଦେଶର ତୃଣମୂଳ ସ୍ତରରେ କ୍ରୀଡା ସଂସ୍କୃତିକୁ ଉଦଜୀବିତ କରିବା ତଥା ଦେଶରେ ସବୁ ପ୍ରକାର କ୍ରୀଡ଼ାର ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବା ଏହି ଖେଲୋ ଇଣ୍ଡିଆ କାର୍ୟ୍ୟକ୍ରମର ଲକ୍ଷ୍ୟ । ଏହି କ୍ରୀଡା ପ୍ରତିଯୋଗିତା ଭୁବନେଶ୍ୱର ଓ କଟକର ବିଭିନ୍ନ ଜାଗାରେ ମାର୍ଚ୍ଚ ପହିଲା ପର୍ୟ୍ୟନ୍ତ ଚାଲିବ ।

ବିଶ୍ୱବିଦ୍ୟାଳୟ ସ୍ତରରେ ଏହା ଦେଶର ସର୍ବବୃହତ ପ୍ରତିଯୋଗିତା । ଦେଶର ୧୫୦ ବିଶ୍ୱବିଦ୍ୟାଳୟରୁ ପ୍ରାୟ ସାଢ଼େ ୩ ହଜାର କ୍ରୀଡାବିତ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏଥିରେ ମୋଟ ୧୭ଟି କ୍ରୀଡା ଶ୍ରେଣୀ ରହିଛି । ସେଗୁଡିକ ହେଲା ତୀରନ୍ଦାଜୀ, ଦୌଡକୁଦ, ମୁଷ୍ଠିଯୁଦ୍ଧ, ଅଶୀଚାଳନା, ଜୁଡୋ, ସନ୍ତରଣ, ଭାରତ୍ତୋଳନ, କୁସ୍ତି, ବାଡମିଣ୍ଟନ, ବାସ୍କେଟ ବଲ, ଫୁଟବଲ, ହକି, ଟେବୁଲ ଟେନିସ, ଟେନିସ, ଭଲିବଲ, ରଗବୀ ଏବଂ କବାଡ଼ି ।

Advertisement