୧୦ ହଜାର ନୂଆ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ସ୍ଥାପନ ଓ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

606
Image: NDTV
ADVERTISEMENT

• ୫ ବର୍ଷର ଅବଧି ଲାଗି ୪୪୯୬ କୋଟି ଟଙ୍କାର ବ୍ୟୟବରାଦ
• ଆକାଂକ୍ଷୀ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏଫପିଓ ଗଠନ ପ୍ରସ୍ତାବ
• ଚାଷୀଙ୍କୁ ମିଳିବ ଋଣ, ବିପଣନ ଓ ପ୍ରଯୁକ୍ତି ସହାୟତା

ନୂଆଦିଲ୍ଲୀ,୧୯/୨(ଡିଏଚ): କୃଷକମାନଙ୍କୁ ଆର୍ଥିକ ସୁଧାରର ଲାଭ ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୯-୨୦ରୁ ୨୦୨୩-୨୪ ପର୍ୟ୍ୟନ୍ତ ପାଂଚ ବର୍ଷର ଅବଧି ମଧ୍ୟରେ ୧୦ ହଜାର ନୂତନ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଗଠନ କରାଯିବ । ଆରମ୍ଭ ହେବାର ୫ ବର୍ଷ ପର୍ୟ୍ୟନ୍ତ ପ୍ରତ୍ୟେକ ଏଫପିଓକୁ ସହାୟତା ଯୋଗାଇ ଦିଆଯିବ ।

ଲାଭ

ମୂଲ୍ୟ ବୃଦ୍ଧି ସହିତ ଉତ୍ପାଦନ ଜ୍ଞାନକୌଶଳ, ସେବା ଓ ବିପଣନକୁ ଆପଣାଇବା ଲାଗି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଖରେ ଆର୍ଥିକ କ୍ଷମତା ନଥାଏ । ଏଫପିଓ ଗଠନ ମାଧ୍ୟମରେ କୃଷକମାନେ ସାମଗ୍ରିକ ଭାବେ ଅଧିକ ସୁଦୃଢ଼ ହୋଇପାରିବେ । ସେମାନେ ଅଧିକ ଆୟ କରିବା ଲାଗି ଋଣ ଓ ଉନ୍ନତ ବିପଣନ ସୁବିଧା, ଗୁଣବତାଯୁକ୍ତ ଉତ୍ପାଦ ଏବଂ ପ୍ରଯୁକ୍ତି ସହାୟତା ପାଇବାରେ ସଫଳ ହୋଇପାରିବେ ।

ଯୋଜନାର ବିବରଣୀ

• ପାଞ୍ଚ ବର୍ଷର ଅବଧି (୨୦୧୯-୨୦ ଠାରୁ ୨୦୨୩-୨୪) ପର୍ୟ୍ୟନ୍ତ ୪୪୯୬ କୋଟି ଟଙ୍କାର ମୋଟ ବଜେଟ ବ୍ୟବସ୍ଥା ସହିତ ୧୦ ହଜାର ନୂଆ ଏଫପିଓ ଗଠନ ଏବଂ ପ୍ରୋତ୍ସାହନ ଲାଗି “କୃଷକ ଉତ୍ପାଦକ ସଂଗଠନ ପ୍ରତିଷ୍ଠା ଓ ପ୍ରୋତ୍ସାହନ” ନାମକ କେନ୍ଦ୍ରୀୟ କ୍ଷେତ୍ରର ନୂତନ ଯୋଜନା ଆରମ୍ଭ କରାଯିବ । ଏଥିରେ ପ୍ରତ୍ୟେକ ଏଫପିଓଗୁଡ଼ିକୁ ପାଞ୍ଚ ବର୍ଷ ଲାଗି ଆବଶ୍ୟକ ସହଯୋଗ ଦେବା ଲାଗି ୨୦୨୪-୨୫ରୁ ୨୦୨୭-୨୮ ପର୍ୟ୍ୟନ୍ତ ଅବଧି ଲାଗି ୨୩୬୯ କୋଟି ଟଙ୍କାର ଅତିରିକ୍ତ ସହାୟତା ବ୍ୟବସ୍ଥା ରହିବ ।

• ପ୍ରାରମ୍ଭିକ ଭାବେ ଏଫପିଓ ଗଠନ ଏବଂ ପ୍ରୋତ୍ସାହନ ଲାଗି ତିନୋଟି କାର୍ୟ୍ୟକାରୀ ଏଜେନ୍ସି ଯଥା: କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ସଂଗଠନ (ଏସଏଫଏସି), ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ଏବଂ ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)କୁ ନିୟୋଜିତ କରାଯିବ । ରାଜ୍ୟଗୁଡ଼ିକ ଇଚ୍ଛୁକ ଥିଲେ କୃଷି ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ (ଡିଏସିଆଣ୍ଡଏଫଡବ୍ଲୁ) ସହିତ ବିଚାରବିମର୍ଶ କରି ନିଜସ୍ୱ କାର୍ୟ୍ୟକାରୀ ଏଜେନ୍ସି ନାମାଙ୍କନ କରିପାରିବେ ।

• ଆରମ୍ଭରୁ ସମତଳ ଅଂଚଳର ଏଫପିଓ ସଦସ୍ୟମାନଙ୍କ ସର୍ବନିମ୍ନ ସଂଖ୍ୟା ୩୦୦ ଏବଂ ଉତ୍ତର-ପୂର୍ବ ଏବଂ ପାର୍ବତ୍ୟାଂଚଳରେ ୧୦୦ ହେବ । ଡିଏସିଆଣ୍ଡଏଫଡବ୍ଲୁ ପକ୍ଷରୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ମଞ୍ଜୁରି ସହିତ ଆବଶ୍ୟକତା ଏବଂ ଅଭିଜ୍ଞତା ଆଧାରରେ ସର୍ବନିମ୍ନ ସଦସ୍ୟ ସଂଖ୍ୟାରେ ସଂଶୋଧନ କରାଯାଇପାରିବ ।

• ଦେଶର ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ପ୍ରତ୍ୟେକ ବ୍ଲକରେ ହାରାହାରି ଗୋଟିଏ ଏଫପିଓ ଗଠନ କରାଯିବ ।

• ନାବାର୍ଡରେ ୧୦୦୦ କୋଟି ଟଙ୍କାର ଏକ ଋଣ ଗ୍ୟାରେଂଟି ପାଣ୍ଠି ରହିବ ଯେଉଁଥିରେ ଡିଏସିଆଣ୍ଡଏଫଡବ୍ଲୁ ଏବଂ ନାବାର୍ଡର ସମାନ ଯୋଗଦାନ ରହିବ । ସେହିପରି ଏନସିଡିସିରେ ୫୦୦ କୋଟି ଟଙ୍କାର ଏକ ଋଣ ଗ୍ୟାରେଂଟି ପାଣ୍ଠି ରହିବ, ଯେଉଁଥିରେ ଡିଏସିଆଣ୍ଡଏଫଡବ୍ଲୁ ଏବଂ ଏନସିଡିସିର ସମାନ ଯୋଗଦାନ ରହିବ । ଫଳରେ ଏଫପିଓଗୁଡ଼ିକୁ ଋଣପ୍ରଦାନ କରିବା କ୍ଷେତ୍ରରେ ଆର୍ଥିକ ସଂସ୍ଥାନର ବିପଦକୁ ହ୍ରାସ କରାଯାଇପାରିବ । ଏହାଛଡ଼ା ଏଫପିଓକୁ ସଂସ୍ଥାଗତ ଋଣର ନିରନ୍ତର ପ୍ରବାହ ନିମନ୍ତେ ଉପଯୁକ୍ତ ଋଣ ଗ୍ୟାରେଂଟି ପ୍ରଦାନ କରାଯାଇପାରିବ ।

Advertisement