ବଲାଙ୍ଗୀର,୧୯।୨(ଦେବବ୍ରତ ଗୁରୁ) : ଲୋଅର ସୁକ୍ତେଲ ପ୍ରକଳ୍ପର ଅନିଶ୍ଚିତତାକୁ ନେଇ ବିଧାନସଭାରେ ସରକାରକୁ ଘେରିଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଆଗାମୀ ପାଞ୍ଚ ବର୍ଷରେ ରେଙ୍ଗାଲି ବାମ- ଦକ୍ଷିଣ କେନାଲ, ସୁବର୍ଣ୍ଣ ରେଖା ଜଳସେଚନ ପ୍ରକଳ୍ପ ଶେଷ ହେବାକୁ ନେଇ ସରକାର ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ, ଲୋଅର ସୁକ୍ତେଲ ଜଳସେଚନ ପ୍ରକଳ୍ପ ତାଙ୍କ ଏଜେଣ୍ଡାରୁ ଉଭାନ ହୋଇଯିବାକୁ ନେଇ ବଲାଙ୍ଗୀର ବିଧାୟକଙ୍କ ଚେତାବନୀ, ପ୍ରକଳ୍ପ ଶୀଘ୍ର ଆରମ୍ଭ ନ କଲେ, ବଲାଙ୍ଗୀରରେ ତୀବ୍ର ଆନ୍ଦୋଳନ ହେବ ଏବଂ କୌଣସି ଅଘଟଣ ହେଲେ, ଦାୟୀ ରହିବେ ସରକାର ।




















