ବଲାଙ୍ଗିର,୧୮/୨(ସୁନୀଲ ତ୍ରୀପାଠୀ): ଗତ ତିନି ମାସ ଆଗରୁ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ରଣ୍ଡା ଗାଁ ର ଯୁବରାଜ ନାଏକଙ୍କ ପୁଅ ଦେବେଶ ନାଏକଙ୍କ ଦୁର୍ଘଟଣାରେ ଗୋଟିଏ ଗୋଡ କାଟିବାକୁ ପଡିଥିଲା , ପରେ ବିଙ୍ଗ ହ୍ୟୁମାନର ସଦସ୍ୟ ମାନେ ଜାଣିଲାପରେ ତାଙ୍କ ପାଖକୁ ଯାଇ ତାଙ୍କ ଦୁଖଃ ବୁଝିଥିଲେ । ପରେ ତାଙ୍କର ଭିନ୍ନକ୍ଷମ ପ୍ରମାଣପତ୍ରର ସୁବିଧା କରାଯାଇଥିଲା ଏବଂ ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର, ସଂଯୋଜକ ପ୍ରିତମ ବରାଟ ଏବଂ ରୋଶନ ସୁନା ପୁଇଁତଳା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ଦେବେଶଙ୍କ ଦୁଃଖ ବିଷୟରେ ଅବଗତ କରାଇଥିଲେ । BDO ମଧ୍ୟ ଏହାକୁ ସ୍ପେସିଆଲ କେଶ ଭାବରେ ନେଇ ତାଙ୍କ ଭତ୍ତା, ତିନିଚକିଆ ସାଇକେଲ ଖୁବ କମ ଦିନରେ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ତା ସହ ଘା ଶୁଖିଲା ପରେ ଦେବେଶର କୃତ୍ରିମ ଗୋଡ଼ ଲଗାଇବାର ବ୍ୟବସ୍ଥା କରାଯିବ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ମିଶ୍ର କହିଛନ୍ତି।
















