Tuesday, September 22, 2026
ADVERTISEMENT
Home ଜିଲ୍ଲା କଟକ କଟକ ବାଙ୍କି ସାମ୍ବାଦିକଙ୍କ ହତ୍ୟାକୁ ନେଇ ଡିଜିଟାଲ ମିଡ଼ିଆ ଆଶ୍ସୋସିଏସନ ତରଫରୁ ଦୃଢ଼ ନିନ୍ଦା ସୁରକ୍ଷା...

କଟକ ବାଙ୍କି ସାମ୍ବାଦିକଙ୍କ ହତ୍ୟାକୁ ନେଇ ଡିଜିଟାଲ ମିଡ଼ିଆ ଆଶ୍ସୋସିଏସନ ତରଫରୁ ଦୃଢ଼ ନିନ୍ଦା ସୁରକ୍ଷା ନିମନ୍ତେ ଦାବି

378
ADVERTISEMENT

ବ୍ରହ୍ମପୁର, ଫେବୃଆରୀ ୧୬ (ବ୍ୟୁରେI) ; ଗତକାଲି ଲାଇଫ୍ ଓଡ଼ିଶା ୱେବ୍ ଚେନେଲର ସାମ୍ବାଦିକଙ୍କ ସମତେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସ୍ୱଷ୍ଠ ଦିବାଲୋକରେ ଦଳେ ଦୃବୃତ୍ତ ହତ୍ୟା କରିବା ପ୍ରତିବାଦରେ ଡ଼ିଜିଟାଲ ମିଡ଼ିଆ ଆସୋସିଏସନ୍ ବ୍ରହ୍ମପୁର ତରଫରୁ ଘଟଣାଙ୍କୁ ନିନ୍ଦା କରିବା ସହ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଦାବୀ କରାଯାଇଛି ।

ଏଠାରେ ସୂଚନା ଯୋଗ୍ୟଯେ କଟକ ଜିଲ୍ଲା ବୈଦ୍ୟେଶ୍ୱର ଥାନା ଇଲାକାଧିନ ନୂଆଗାଁ ପଞ୍ଚାୟତ ଖଜୁରୀପଦା ଠାରେ ସ୍ୱଷ୍ଠ ଦିବାଲୋକରେ ଜଣେ ୱେବ୍ ମିଡ଼ିଆ ସାମ୍ବାଦିକ ଆଦିତ୍ୟ କୁମାର କରଣ ସିଂହ ସହିତ ଏହି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଏବଂ ସାମ୍ବାଦିକଙ୍କ ଅନ୍ୟତମ ସହଯୋଗୀ ସାମ୍ବାଦିକ ବାବୁଲା ସିଂହଙ୍କୁ ଦଳେ ଦୃବୃତ୍ତ ଜଙ୍ଗଲିଆ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା ଉଦ୍ୟମ କରିଥିଲେ ଏଥିରେ ମହିଳା ସରପଞ୍ଚଙ୍କ ସ୍ୱାମୀ ଏବଂ ଲାଇଫ୍ ଓଡ଼ିଶା ୱେବ୍ ଚେନେଲ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହଙ୍କୁ ହତ୍ୟା କରିଥିଲେ ।

ଅନ୍ୟ ସହଯୋଗୀ ସାମ୍ବାଦିକ ଦୌଡ଼ି ପଳାଇ ନିଜ ଜୀବନ ରକ୍ଷା କରିଥିଲେ । ଘଟଣା ସହ ସେ ପ୍ରତ୍ୟକ୍ଷ ଦର୍ଶି ଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ସେ କହିଛନ୍ତି । ତାଙ୍କୁ ମଧ୍ୟ ପୁଲିସ ସହାୟତା ଯୋଗାଇ ଦେବା ସହ ଘଟଣାର ସିବିଆଇ ତଦନ୍ତ କରିବାକୁ ସଂଘ ଦାବୀ କରିଛି । ଡ଼ିଜିଟାଲ ମିଡ଼ିଆ ଆସୋସିଏସନର ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱର୍ଗତ ଆତ୍ମାର ସଦ୍ ଗତି ପାଇଁ ନିରବ ପାର୍ଥନା କରିବା ସହ ଶୋକ ସନ୍ତତ୍ପ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।

ଅନ୍ୟ ମାନଙ୍କ ମଧ୍ୟରେ ସଂଘ ସମ୍ପାଦକ କ୍ଷୀରରୋଦ କୁମାର ବେହେରାଙ୍କ ସମେତ ପ୍ରକାଶ ଚନ୍ଦ୍ର ମିଶ୍ର, ଜୀବନାନନ୍ଦ କର, ସାହବ ନାୟକ,ଦୀନେଶ ପଟନାୟକ,ଇ.ରଂଜନ, କୁଶ ସାହୁ,ବିଜୟ କୁମାର ଗୌଡ଼, ଭଗବାନ ଦାସ, ଲିଙ୍ଗରାଜ ଦାସ, ଶ୍ରୀମତୀ ଗୀତା ପଣ୍ଡା, ସଞ୍ଜୟ ପଟ୍ଟନାୟକ, ସନ୍ତୋଷ ପାତ୍ର ଓ ନରେନ୍ଦ୍ର ଜେନା ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ସଂପ୍ରତି ଖବର ପ୍ରସାରଣରେ ୱେବ୍ ମିଡ଼ିଆ ଗୁଡ଼ିକର ପ୍ରମୁଖ ଭୁମିକା ରହିଥିଲେ ମଧ୍ୟ ଏହି ମିଡ଼ିଆର ସାମ୍ବାଦିକ ମାନଙ୍କୁ ସରକାରୀ ସ୍ତରରେ ଅବହେଳା ପଦର୍ଶନ କରାଯାଉ ଥିବା ନେଇ ବୈଠକରେ ଉଦବେଗ ପ୍ରକାଶ କରାଯିବା ସହ ବୃତ୍ତିଗତ ଅଧିକାର ସାବ୍ୟସ୍ତ କରିବା ପାଇଁ ଆଗାମି ଦିନରେ ସମସ୍ତ ୱେବ୍ ମିଡ଼ିଆ ସାମ୍ବାଦିକ ମାନେ ଏକ ଜୁଟ୍ ହେବା ପାଇଁ ସଂଘ ତରଫରୁ ଆହ୍ୱାନ ଦିଆଯାଇଥିଲା ।

Advertisement