ବଲାଙ୍ଗୀର, ୧୪/୨(ଦେବବ୍ରତ ଗୁରୁ) : ବଲାଙ୍ଗୀର ବ୍ଲକ ଶିକ୍ଷା କାର୍ଯ୍ୟାଳୟର କିରାଣୀ ପ୍ରମୋଦ ରଥ ପେନସନ୍ ଦୁର୍ନୀତିରେ ସୂତ୍ରଧର ଥିବା ଜଣା ପଡିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି । କିରାଣୀ ଶ୍ରୀ ପ୍ରମୋଦ ରଥ ନିଜ ପିତା ଓ ପତ୍ନୀ ତଥା ଅନ୍ୟ କେତେ ଜଣଙ୍କ ନାମରେ ନକଲି କାଗଜ ପତ୍ର କରି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରି ଥିବା ଜଣା ପଡିବା ପରେ ଏ ସମ୍ପର୍କରେ ସ୍ଵତନ୍ତ୍ର ଅଡିଟ କରି ପ୍ରକୃତ ତଥ୍ଯ ଓ ପ୍ରମାଣ ପାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ହିଁ ଥାନାରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି । କିରାଣୀ ପ୍ରମୋଦ ଲମ୍ବା ଛୁଟିରେ କୁଆଡେ ଫେରାର୍ ହେଇଛନ୍ତି ବୋଲି ସହରରେ ଚର୍ଚ୍ଚା ହେଉଛି ।


















