ବଲାଙ୍ଗୀର,୧୩/୨(ବିଶିକେଶନ ବେହେରା) : ବଲାଙ୍ଗୀର ସହର ଭୂମିହୀନ ମହିଳା ସଂଗଠନ ଓ ଭିଲେଜର୍ସ ଇଣ୍ଡିଆ ପାର୍ଟି ତରଫରୁ ଆଜି ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କୁ ଶୀଘ୍ର ସରକାରୀ ଯୋଜନା ଅନୁଯାୟୀ ବାସଗୃହ ପ୍ରଦାନ ପାଇଁ ତଥା ୨୦୧୩ ଭୂମି ଅଧିଗ୍ରହଣ ଆଇନ ଅନୁଯାୟୀ କ୍ଷତି ପୂରଣ ଦେବାକୁ ଓ ଥଇଥାନ କରିବାକୁ ଦାବିକରି ଏଥି ସହିତ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଆରମ୍ଭ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଲୋୟର ସୁଖତେଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଛି ଏବଂ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯିବ l




















