ADVERTISEMENT
Home ଜିଲ୍ଲା ବାଙ୍ଗିରିପୋଷି ତହସିଲ ତରଫରୁ ବେଆଇନ ମୋରମ ଖାଦାନ ଉପରେ ଚଢ଼ାଉ

ବାଙ୍ଗିରିପୋଷି ତହସିଲ ତରଫରୁ ବେଆଇନ ମୋରମ ଖାଦାନ ଉପରେ ଚଢ଼ାଉ

348
ADVERTISEMENT

ମୟୁରଭଞ୍ଜ,୧୧ /୨(ସୀତାରାମ ଦୀକ୍ଷିତ) : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ତହସିଲ ଅନ୍ତର୍ଗତ ମଣଦା ଅଞ୍ଚଳରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ସାହେବରାମ ବାସ୍କେ ଓ ବାଙ୍ଗିରିପୋଷି ଆରଆଇ ଅଜିତ ସିଂହ ବେନୀୟମ ଭାବେ ମୋରମ ଖୋଳା ହେଉଥିବା ବେଳେ ଗୋଟିଏ ଟ୍ରାକ୍ଟର ଏବଂ ଗୋଟିଏ ଜେସିବି  ମେଶିନ ଜବତ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ମଣଦା ଗ୍ରାମ ନିକଟସ୍ଥ ଏକ ଜମିରେ  ତହସିଲଦାରଙ୍କ ଅନୁମତି  ନ ନେଇ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ପାଇଁ ବେଆଇନ ଭାବେ ମୋରମ ଖୋଳା ଚାଲିଥବା ସମୟରେ ବାଙ୍ଗିରିପୋଷି ଅତିରିକ୍ତ ତହସିଲଦାର ସାହେବରାମ ବାସ୍କେ ତୁରନ୍ତ ସେଠାରେ ପହଞ୍ଚି ମୋରମ ଲୋଡ ହୋଇଥିବା ଏକ ଟ୍ରାକ୍ଟର ଜବତ କରିବା ସହ ଏକ ଜେସିବି ମେସିନକୁ ମଧ୍ଯ ଜବଦ କରିଥିଲେ। ତେବେ କିଛି ଟ୍ରାକ୍ଟର ସହ ଡମ୍ଫର ମଧ୍ଯ ଉକ୍ତ ବେଆଇନ ମୋରମ ଚାଲାଣରେ ସାମିଲ ଥିଲେ ମଧ୍ଯ ଚଢାଉ ଖବରପାଇ ତୁରନ୍ତ ସେ ସ୍ଥାନ ଛାଡି ପଳାଇଥିଲେ । ବାଙ୍ଗିରିପୋଷି ପୁଲିସ ସହାୟତାରେ ଟ୍ରାକ୍ଟରଟିକୁ ଥାନାକୁ ଅଣାଯାଇଥିବା ବେଳେ ଜେସିବି ମେଶିନଟି ଜବତ ସ୍ଥାନରେ ଜିମାରେ 
ରଖାଯାଇଛି ତେବେ ତହସିଲଦାରଙ୍କ ଏପରି ପଦକ୍ଷେପକୁ ସାଧାରଣରେ ପ୍ରସଂସା କରାଯାଇଛି।

Advertisement