ବାରିପଦା,୧୧।୦୭ (ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ (ଜେଇ) ସୁଶୀଲ କୁମାର ସିଂ l ସେ ଜଣେ ଠିକାଦାରଙ୍କଠାରୁ ମେଣ୍ଟାଲ ମୋରମ୍ ରାସ୍ତା ନିର୍ମାଣ କାମରେ ୩୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ବାରିପଦା ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଛନ୍ତି। ଏବଂ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

















