Tuesday, August 25, 2026
ADVERTISEMENT
Home ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ ରେ ଅବରୋଧ

୧୮ ନମ୍ବର ଜାତୀୟ ରାଜପଥ ରେ ଅବରୋଧ

418
ADVERTISEMENT

ମୟୁରଭଞ୍ଜ,୧୦।୨(ସୀତାରାମ ଦୀକ୍ଷିତ ) : ୧୮ନଂ ଜାତୀୟ ରାଜପଥରେ ନିର୍ମାଣାଧୀନ ଓଭରବ୍ରିଜ୍ ତଳେ ଗଳାପୋଲ ନିର୍ମାଣ ଦାବି ନେଇ  ସ୍ଥାନୀୟ ବାସିନ୍ଦାଙ୍କଙ୍କ ପକ୍ଷରୁ ୧୮ନଂ ଜାତୀୟ ରାଜପଥ ଅବୋରାଧ । ସୂଚନା ଅନୁସାରେ ମୟୁରଭଂଜ ଜିଲ୍ଲାର ବାରିପଦା  ସ୍ଥିତ ୧୮ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ହେଲା ପରେ ମୁଖ୍ୟରାସ୍ତା ସହିତ ୨୧ନଂ ଏବଂ ୨୬ନଂ ୱାର୍ଡ ବାସିନ୍ଦାଙ୍କୁ ଗୋଟେ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଯାତାୟାତ କରିବାକୁ ଅନେକ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଥିବାରୁ ସେଠାରେ ଏକ ଗୋଳାପୋଲ ନିର୍ମାଣ କରିବା ପାଇଁ ଦୀର୍ଘଦିନରୁ ଦାବି କରି ଆସୁଥିଲେ। ହେଲେ ଜାତୀୟ ରାଜପଥ ସଂପ୍ରସାରଣ ଅଧିକାରୀମାନେ ଏବଂ ଜିଲ୍ଲାପ୍ରଶାସନ ଏଥିପ୍ରତି କୋୖଣସି କର୍ଣ୍ଣପାତ କରି ନ ଥିଲେ। କେବଳ ସେତିକି ନୁହେଁ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ମିଶ୍ରବାବୁ ନାମକ ସୁପରଭାଇଜର  ସ୍ଥାନୀୟ ବାସିନ୍ଦାଙ୍କୁ ଧମକ ମଧ୍ୟ ଦେଇଥିଲେ ବୋଲି ଅଭିଯୋଗ ହେଉଛି । ଯାହାଫଳରେ ଭବିଷ୍ୟତର ଯାତାୟାତ ସମସ୍ୟାର ସମାଧାନକୁ ବିଭାଗୀୟ ଟାଳଟୁଳ ନୀତିକୁ ନେଇ ଲାଗିରହିଥିବା ଅସନ୍ତୋଷ ଆଜି ବିସ୍ଫୋରକ ରୂପନେବା ନେବା ସହିତ ସ୍ଥାନୀୟ ଜନସାଧାରଣ ୧୮ନଂ ଜାତୀୟ ରାଜପଥ  ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଗାଡିମଟର  ଚଳାଚଳ ବନ୍ଦ ରହିଥିଲା। ରାସ୍ତାର ଉଭୟପାର୍ଶ୍ୱରେ ଶହ ଶହ ଗାଡି ଛିଡା ହେଇଥିବାର ଦେଖିବାକୁ ମିଳିଥିଲା। ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାତୀୟ ରାଜପଥ ନିର୍ମାଣକାର୍ଯ୍ୟ ବନ୍ଦ ରଖିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇ କହିଛନ୍ତି ସ୍ଥାନୀୟ ବାସିନ୍ଦା।

Advertisement