ବାଲେଶ୍ବର, ୮ା୨,(ନରେନ୍ଦ୍ର ବେହେରା) : ବାଲେଶ୍ଵର ଜିଲ୍ଲା ଔପଦା ହରିପୁର ଶାସନସ୍ଥିତ ଥିବା ଲୋକନାଥ ପାଠାଗାରର ୩୫ତମ ବାର୍ଷିକ ଉତ୍ସଵ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ସମାରୋହରେ ଶିକ୍ଷାବିତ୍ ଲକ୍ଷ୍ମୀଧର ସ୍ବାଇଁଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥିଭାବେ ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲାବେଳେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ମହେନ୍ଦ୍ର ପ୍ରସାଦ ବାରିକ୍, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଯଶୋଦା ନାଏକ,ସାମ୍ବାଦିକ ଅଶୋକ ପ୍ରଧାନ,ପ୍ରାକ୍ତନ ସରପଞ୍ଚ ସଚ୍ଚିନ୍ଦ୍ର ଦାସ,ଜନାର୍ଦନ ପଣ୍ଡା, କବି ନିରଞ୍ଜନ ପ୍ରସାଦ ବାରିକ,ଭଗବାନ ପଣ୍ଡା,ଘନଶ୍ୟାମ ପଣ୍ଡା,ଗୌରହରି ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ପାଠାଗାରର ପ୍ରତିଷ୍ଠାତା ସମ୍ପାଦକ ରାଧାଶ୍ୟାମ ପଣ୍ଡା ପାଠାଗାରର ସମସ୍ୟା ବିଷୟରେ ଆଲୋକପାତ କରିଥିଲେ ଏବଂ ବରିଷ୍ଠ ସାମ୍ବାଦିକ ବଳରାମ ପଣ୍ଡା ବିବରଣୀ ପାଠ କରିଥିଲେ । ମୁଖପତ୍ର ମାତୃକୃପା ଓ କଟକ କୁମ୍ଭାର ସାହିର କବି ସଚ୍ଚିତାନନ୍ଦଙ୍କ କବିତା ସଂକଳନ ବୟଷର ରଙ୍ଗ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏଥିରେ ବାଲେଶ୍ବର ଜିଲ୍ଲା କବି ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଧନ୍ୟବାଦ ଅର୍ପଣ କରିବା ସହିତ ପାଠାଗାରର ଉନ୍ନତି କାମନା କରିଥିଲେ ।





















