Friday, November 6, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀରରେ ଚାଲିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

ବଲାଙ୍ଗୀରରେ ଚାଲିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

368
ADVERTISEMENT

ବଲାଙ୍ଗୀର,୭/୨( ଦେବବ୍ରତ ଗୁରୁ) : ଆଜି ଉଛେଦ ପ୍ରକ୍ରିୟା ବଲାଙ୍ଗୀରରେ ଜୋର ସୋରରେ ଚାଲିଛି ବେଶ ବଢିଆ ଆଉ ହେବକଥା ମଧ୍ୟ କାରଣ ଦିନ କୁ ଦିନ ଚଳାଚଳ ଅସମ୍ଭାଳ ହୋଇପଡ଼ିଲାଣି ଆଉ ସହରର ନବୀକରଣ ମଧ୍ୟ ଅତ୍ୟନ୍ତ ଜରୁରୀ ତେବେ ଏହି ଫୋଟୋ ଗୁଡ଼ାକ ବ୍ରାହ୍ମଣ ପଡାର ଦୃଶ୍ୟ । ଗୋଟିଏ ପରିବାରର ସହିତ ସାକ୍ଷାତ ହୋଇଥିଲା । ଦୁଃଖ କହିଲେ ନସରେ ଭୋକ ଉପାସରେ ରାତି ଟା କଟିଛି ସେମାନଙ୍କର , ଛୋଟିଆ ଶିଶୁଟେ ଅଛି ଏପଟେ ବର୍ଷା ବି ଦାଉ ସାଜିଛି ରାତି ଯାକ ଗୋଟିଏ ଛୋଟିଆ ଜରି ତଳେ ନୀଳ ଆକାଶରେ ଆଲୋକ ନ ଥାଇ ରାତିସାରା ଚେତିରହି ରାତ୍ରି କଟାଇଛନ୍ତି । ଏସବୁ ଦେଖି ବହୁତ କଷ୍ଟ ଲାଗିଲା । ସେମାନଙ୍କ କହିବା ଅନୁଯାୟୀ ସେହି ପାରିବାର ପ୍ରାୟ ୩୫/୪୦ ବର୍ଷରୁ ଅଧିକ ସମୟ ଧରି ସେହି ସ୍ଥାନମାନଙ୍କରେ ରହି ଆସୁଥିଲେ ହଠାତ ସରକାରଙ୍କ ଦ୍ଵାରା ତାଙ୍କୁ ଏକ ନୋଟିସ ଜାରି କରାହେଲା ଘର ଛାଡି ଯିବାପାଇଁ ଏବଂ ଅଳ୍ପ କେଇଟା ଘଣ୍ଟା ସମୟ ସୀମା ମଧ୍ୟରେ ସେହିସବୁ ଭାଙ୍ଗି ଚୁରମାର କରି ଦିଆଗଲା । ଯଦି ଆଉକିଛି ସମୟ ସୀମା ଅତିକମ୍ ରେ ଗୋଟିଏ ମାସ ସମୟ ସରକାରଙ୍କ ପକ୍ଷରୁ ଦିଆ ଯାଆନ୍ତା ତାପରେ ଏହି ପଦକ୍ଷେପ ସରକାରଙ୍କ ତରଫରୁ ଆରମ୍ଭ ହୁଅନ୍ତା ତାହେଲେ ସେହି ପରିବାର ଲୋକେ ନିଜ ନିଜ ସୁରକ୍ଷିତ ସ୍ଥାନକୁ ଯାଇ ନିଜର ଗୁଜୁରାଣ ମେଣ୍ଟାଇପାରନ୍ତେ ବୋଲି ବୁଦ୍ଧିଜୀବୀଙ୍କ ମତ ।

Advertisement