ADVERTISEMENT
Home ଜିଲ୍ଲା ଫରେଷ୍ଟର ଭିଜିଲାନ୍ସ ଜାଲରେ

ଫରେଷ୍ଟର ଭିଜିଲାନ୍ସ ଜାଲରେ

436
ADVERTISEMENT

 ମୟୂରଭଞ୍ଜ,୭/୨(ସୀତାରାମ ଦୀକ୍ଷିତ) : ଭିଜିଲାନ୍ସ ଜାଲରେ କପ୍ତିପଦା ଫରେଷ୍ଟର ଶୋଭାକର ସିଂ। କୌଣସି ଏକ କେସର ରଫାଦଫା ପାଇଁ ଲାଞ୍ଚ ନେଇ ବାଲେଶ୍ବର ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି।ଗତ ଜୁନ ମାସରେ କପ୍ତିପଦା ଡାହିସାହି ଗ୍ରାମର ହେମନ୍ତ ବେହେରାଙ୍କ ଘରେ ଚଢ଼ାଉ କରି କିଛି ମୂଲ୍ୟବାନ କାଠ ଜଵତ ଥିଲା ବନବିଭାଗ। ସେହି କେସ୍ରେ ଫରେଷ୍ଟର ଶୋଭାକରସିଂ ହେମନ୍ତ ଵେହେରାଙ୍କୁ ଗିରଫ ନ କରିବା ପାଇଁ ଦଶ ହଜାରଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ଦଶହଜାର ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ପାଞ୍ଚହଜାର ଟଙ୍କାରେ ଫରେଷ୍ଟରଙ୍କ ସହ କଥା ଛିଡାଇଥିଲେ ହେମନ୍ତ ବେହେରା। ଛିଡିଥିବା କଥା ଅନୁଯାୟୀ ଆଜି ହେମନ୍ତଙ୍କ ଠାରୁ ଟଙ୍କା ନେଉଥିବା ସମୟରେ ଵାଲେଶ୍ଵର ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଯାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଭିଜିଲାନ୍ସ ଟିମ ଲାଞ୍ଚ ଟଙ୍କା ଏପର୍ଯ୍ୟନ୍ତ ଉଦ୍ଧାର କରିବାରେ ସକ୍ଷମ ହୋଇନଥିବା ବେଳେ ଫରେଷ୍ଟର ଶୋଭାକର ନେଇଥିବା ଲାଞ୍ଚ ଟଙ୍କା ଗାୟବ କରିବାରେ ସଫଳ ହୋଇ ଚକମା ଦେଇଛନ୍ତି ଭିଜିଲାନ୍ସ ଟିମକୁ। ମାତ୍ର ଲାଞ୍ଚଟଙ୍କା ପାଇ ନଥିଲେ ମଧ୍ୟ ଫରେଷ୍ଟର ଶୋଭାକରଙ୍କ ଦୁଇ ହାତରେ ଲାଗିଥିବା ଫେକାଲଫିଲ୍ମ ପାଉଡର ଲାଗିଥିଵାର ପ୍ରମାଣ ମିଳିଥିଲା। ତେବେ ଘଟଣାରେ ଅଡ଼ୁଆ ଥିବା ଅନୁମାନ କରି ଚତୁରତାର ସହ ଫରେଷ୍ଟର ଜଣକ ଅନ୍ୟ କାହା ସାଙ୍ଗରେ ଟଙ୍କା ପଠାଇ ଦେଇଥିବା କଥା ତଦନ୍ତକାରି ଅଫିସର ପ୍ରକାଶ କରିଛନ୍ତି। ତେଵେ ବାକିଥିବା ଆଉ ୨ଟି ସ୍ଥାନରେ ସର୍ଚ୍ଚ ପରେ ସମସ୍ତ ଘଟଣା ଜଣାପଡିଵ ଵୋଲି ଭିଜିଲାନ୍ସ ଟିମ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।

Advertisement