Friday, November 6, 2026
ADVERTISEMENT
Home ବାଲେଶ୍ଵର ପ୍ରହଲ୍ଲାଦ ପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପ୍ରହଲ୍ଲାଦ ପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

599
ADVERTISEMENT

ବାଲେଶ୍ଵର,୬/୨(ନରେନ୍ଦ୍ର ପ୍ରସାଦ ବେହେରା): ଖଇରା ବ୍ଲକ ରଟିଣା ପ୍ରହଲ୍ଲାଦ ପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସୁବୋଧ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଇଓ ଧରଣୀଧର ପାତ୍ର ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ହେମେନ୍ଦ୍ର କୁମାର ବାରିକ,ଏସ ଏମ ସି ଚେୟାରମ୍ୟାନ ହରେକୃଷ୍ଣ ବେହେରା, ସିଆରସିସି ସୁରେନ୍ଦ୍ର ବେହେରା, ସରପଞ୍ଚ ନିତ୍ୟାନନ୍ଦ ଦାସ, ସମିତି ସଭ୍ଯା ନିରୂପମା ଜେନା ପ୍ରମୁଖ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁଦର୍ଶନ ସାହୁ ଅତିଥି ପରିଚୟ ପ୍ରଦାନ, ନିରଞ୍ଜନ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ମେଘନା ପ୍ରିୟଦର୍ଶିନୀ ସାହୁଙ୍କୁ ଉପେନ୍ଦ୍ର ପ୍ରସାଦ ସ୍ମାରକି ଏବଂ ନଵୋଦୟ ଛାତ୍ର ପ୍ରିୟ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଜୟଲକ୍ଷ୍ମୀ ସାହୁ,ସଂଯୁକ୍ତା ଖିଲାର,ଉମାକାନ୍ତ ସାହୁ ,କୃପାସିନ୍ଧୁ ଜେନା,ଅମ୍ରିତା ଚିନ୍ମୟୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉମାକାନ୍ତ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମରେ, ବିଶ୍ୱନାଥ ସାହୁ ଓ ଭୀମସେନ ନାଇକ ପୁରସ୍କାର ବିତରଣରେ ସହଯୋଗ କରିଥିଲେ । ନୃତ୍ୟ ପରିବେଷଣରେ ଗୋପୀନାଥ ପାଢ଼ୀ ଏବଂ ବିଜୟଲକ୍ଷ୍ମୀ ସାହୁଙ୍କୁ ସଂଯୁକ୍ତା ଖିଲାର ସହଯୋଗ କରିଥିଲେ ।

Advertisement