Friday, November 6, 2026
ADVERTISEMENT
Home ଜିଲ୍ଲା ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଡାକ୍ତରଖାନା ନିଜ ଗାଡ଼ିରେ ନେଇ ବିଧାୟିକା ମାନବିକତାର ପ୍ରମାଣ କରିଛନ୍ତି

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଡାକ୍ତରଖାନା ନିଜ ଗାଡ଼ିରେ ନେଇ ବିଧାୟିକା ମାନବିକତାର ପ୍ରମାଣ କରିଛନ୍ତି

349
ADVERTISEMENT

ବଲାଙ୍ଗୀର,୫।୨(ସୁନୀଲ ତ୍ରୀପାଠୀ): ଗତକାଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗୁଡ଼ଭେଲା ଗସ୍ତ କରୁଥିବା ସମୟରେ ରାସ୍ତାରେ ଜଣେ ମହିଳା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ମନ୍ତ୍ରୀ ମହୋଦୟା ଗାଡ଼ି ଅଟକାଇ ନିଜ ଗାଡି଼ରେ ସେହି ମହିଳାଙ୍କୁ ନିକଟସ୍ଥ ସଇଁତଳା ଡାକ୍ତରଖାନାକୁ ନେଇ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରିଥିଲେ । ମନ୍ତ୍ରୀ ମହୋଦୟା ମାନବିକତାର ପରିଚୟ ଦେଇଥିବା ପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ତାଙ୍କ ଠାରୁ ଆମେ ସମସ୍ତେ ସିଖିବା କଥା ଯେ କୌଣସି ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହେଲେ ତାଙ୍କୁ ସାହାଯ୍ୟ କରିବା ଆମର ନୈତିକ ଦାୟିତ୍ବ ଏବଂ କର୍ତ୍ତବ୍ୟ ମନେ କରିବା ଉଚିତ ।

Advertisement