ADVERTISEMENT
Home ଜିଲ୍ଲା ମହା ନାମ ଗାଇ ସମାଜକୁ ଆଧ୍ୟାତ୍ମିକ ପଥରେ ନେଇଯିବା ଶ୍ରୀଜଗନ୍ନାଥ ସଂକୀର୍ତନ ସେବା ପରିଷଦର ଲକ୍ଷ୍ୟ

ମହା ନାମ ଗାଇ ସମାଜକୁ ଆଧ୍ୟାତ୍ମିକ ପଥରେ ନେଇଯିବା ଶ୍ରୀଜଗନ୍ନାଥ ସଂକୀର୍ତନ ସେବା ପରିଷଦର ଲକ୍ଷ୍ୟ

489
ADVERTISEMENT

ଗୋପ,୩।୨(ପ୍ରଭାତ ନାୟକ) : ଗୋପ. ଶ୍ରୀଜଗନ୍ନାଥ ସଂକୀର୍ତନ ସେବା ପରିଷଦ ୨00୬ମସିହା ଠାରୁ ସାରା ଓଡ଼ିଶାରେ ପ୍ରଚାର ପ୍ରସାର ହେବାପାଇଁ ଚେଷ୍ଟା କରିଆସୁଅଛି l ସରକାର ଏହି ସଙ୍କୀର୍ତ୍ତନକୁ ଲୋକ କଳା ବୋଲି ଘୋଷଣା କରିଥିଲେ l କିଛିସୁଚିନ୍ତକ ବ୍ୟକ୍ତି ଏହାକୁ ସାରା ଓଡିଶାର ସମସ୍ତ ପୁରପଲ୍ଲୀରେ ପ୍ରଚାର ଏହାର ପ୍ରସାର ପ୍ରଚାର କରିଆସୁଛନ୍ତି l ଓଡିଶା ଏକ ମନ୍ଦିର ମାଳିନୀ ରାଜ୍ୟ ହୋଇଥିବାରୁ ଏଠାର ଲୋକମାନେ ଆଧ୍ୟାତ୍ମିକ ଭାବେ ଜୀବନଯାପନ କରିବାପାଇଁ ଭଲ ପାନ୍ତି l ଏହି ଲୋକକଳାର ମୂଳ ଲକ୍ଷ୍ୟ ହେଲା ମହା ନାମ ଗାଇ ସମସ୍ତ ସମାଜକୁ ଆଧ୍ୟାତ୍ମିକ ପଥରେ ନେଇଯିବା l ଏହି ସଂଗଠନର ୫0ରୁ ୬0ବର୍ଷ ଉର୍ଦ୍ଧ ବୟସ ବ୍ୟକ୍ତି ମାନଙ୍କୁ ସରକାର ପ୍ରତି ମାସ ୧୨00ଟଙ୍କା ଲେଖା ଭତା ପ୍ରଦାନ କରିଥାନ୍ତି l ଏହି ମହା ମନ୍ତ୍ର ହେଲା ହରେ କୃଷ୍ଣ ହରେ କୃଷ୍ଣ. କୃଷ୍ଣ କୃଷ୍ଣ ହରେ ହରେ l ହରେ ରାମ ହରେ ରାମ ରାମ ରାମ ହରେ ହରେ l ଏହି ଅନୁଷ୍ଠାନ ବ୍ଲକ ମୁଖ୍ୟ ଅଧିକାରୀଙ୍କ ଦ୍ୱାରା ପରିଚାଳନା କରାଯାଇଥାଏ l ଆଜି ପୁରୀ ଜିଲ୍ଲାର ଗୋପ ବ୍ଲକର ଦିହୁଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଏଠାର ସମସ୍ତ ବ୍ୟକ୍ତି ମାନେ ମହା ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ସେବନ କରିଥିଲେ l ଏହି ସଂଗଠନର କର୍ମୀ ଶ୍ରୀ ଵିମ୍ବା ଧର ପରିଡ଼ା. ସୋମନାଥ ସ୍ୱାଇଁ. ପ୍ରଭାତ ନାୟକ. ନବଘନ ସ୍ୱାଇଁ. ପ୍ରଭାକର ରାଉତ ସମେତ ଯୋଗଦେଇ ଦଶ ଦିନ ପର୍ଯ୍ୟନ୍ତ ପ୍ରଭୁଙ୍କର ମହାନାମ ଗାଇଥିଲେ l

Advertisement