ପୁରୀ,୨୪।୦୭ (ଡ଼ି.ଏଚ ବ୍ୟୁରୋ):-ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ତଥା ଦକ୍ଷିଣାଭିମୁଖୀ ଯାତ୍ରା। ସରିଲା ମହାପ୍ରଭୁଙ୍କ ଜନ୍ମ ବେଦି ଲୀଳା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ କାଳିଆ ସାଆନ୍ତ। ଏଣୁ ଶରଧାବାଲିରେ ଅପେକ୍ଷାରତ ତିନି ରଥ। ରଥାରୂଢ଼ ହୋଇ ଚତୁଦ୍ଧାମୂର୍ତ୍ତିଙ୍କ ସହ ଶ୍ରୀମଦନମୋହନ ଓ ରାମକୃଷ୍ଣ ବାହୁଡ଼ିବେ। ଏହି ଦୁର୍ଲଭ ଦେବ ଦର୍ଶନରେ ଭକ୍ତଙ୍କୁ ଅଶ୍ଵମେଧ ଯଜ୍ଞର ଫଳ ପ୍ରାପ୍ତ ହୁଏ । ଅନ୍ତିମ କ୍ଷଣରେ ବୈକୁଣ୍ଠରେ ବାସ ମିଳେ।



















