ଲକ୍ଷାଧିକ ଟଙ୍କାର ଚୋରାକାଠ ଜବତ, ଜଣେ ଗିରଫ

289
ADVERTISEMENT

ମୟୂରଭଞ୍ଜ,୩/୨ (ସୀତାରାମ ଦୀକ୍ଷିତ): ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ହୋଇଛି । ଏ ଜିଲ୍ଲାରୁ ପୋଡ଼ାଶୀ ଜିଲ୍ଲା ଏବଂ ରାଜ୍ୟକୁ ଟ୍ରିପ ଟ୍ରିପ କାଠ ଚୋରା ଚାଲାଣ ହେଉଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବରପାଇ ବାରିପଦା ସହର ନିକଟ ମହୁଳିଆ ଠାରେ ଥିବା ଏକ ବନ୍ଦ ପଡିଥିବା କୁକୁଡ଼ା ଫାର୍ମରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ କରିଛି ବନବିଭାଗ। ଏହି ଚଢ଼ାଉ ସମୟରେ ୩ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କାଠ ଜବତ କରାଯିବା ସହ ସେଠାରେ କ।ମକରୁଥିବା  କର୍ମଚାରୀ ଚାନ୍ଦ ମହମ୍ମଦ ମଲିକକୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ। ଏହି କୁକୁଡ଼ା ଫାର୍ମ ତଥା ଗୋଦାମର ମାଲିକ  ଫେରାର ହୋଇଥିବା ଜଣାପଡିଛି ।

Advertisement