ବଲାଙ୍ଗୀର, ୨/୨: (ସୁନୀଲ ତ୍ରିପାଠୀ) : ଗତ ୨୨.୦୧.୨୦୨୦ରେ ଲୋକନାଥ ମେହେର ଜରାସିଂହା କୋ-ଅପରେଟିଭ ବ୍ୟାଙ୍କରୁ ଟ ୫,୦୦,୦୦୦ ଙ୍କା କାଢି ନିଜ କାରରେ ବଲାଙ୍ଗୀର ଫେରୁଥିଲେ । ସିଂଖମନ ପୋଲ ନିକଟରେ ୩/୪ ଜଣ ଅଜ୍ଞାତ ଲୁଟେରା କାରକୁ ଆକ୍ରମଣ କରି ଟଙ୍କା ବ୍ୟାଗ ଧରିକି ଫେରାର ହୋଇଯାଇଥିଲେ । ବଲାଙ୍ଗୀର ସଦର ପୋଲିସ ଅନୁସନ୍ଧାନ କରି କାର ଡ୍ରାଇଭର କ୍ରିଷ୍ଣା ଓରଫ ପ୍ରମୋଦ କୁମାର ସେଠ ଟଙ୍କା ଲୁଟର ମାଷ୍ଟର ମାଇଣ୍ଡ ଥିବା ପ୍ରକାଶ କରିଛନ୍ତି ,ସେ ପୂର୍ବରୁ ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲା । କ୍ରିଷ୍ଣାର ଆଉ ୫ ସହଯୋଗୀ ରାଜୀବ ପାତ୍ର,ଆଶୁତୋଷ ମନହିରା,ରବି ସାହୁ , ଶିବ ଜାଲ ଓ ସୁବାଷ ବାଗଙ୍କୁ ପୋଲିସ ଗିରଫକରି ୮୩୮୦୦ ଟଙ୍କା ଜବତ କରିଛନ୍ତି ଏବଂ ପଚରାଉଚୁରା ଜାରି ରଖିଛନ୍ତି ।



















