ADVERTISEMENT
Home ଜିଲ୍ଲା ହତ୍ୟା ଘଟଣାର ପର୍ଦାଫାସ : ଆସାମୀ ଗିରଫ

ହତ୍ୟା ଘଟଣାର ପର୍ଦାଫାସ : ଆସାମୀ ଗିରଫ

658
ADVERTISEMENT

ମୟୁରଭଞ୍ଜ,୧/୨(ସୀତାରାମ ଦୀକ୍ଷିତ) : ବାଙ୍ଗିରିପୋଷି ପୋଲିସକୁ ମିଳିଛି ସଫଳତା।ଏକ ହତ୍ୟା ଘଟଣାର ପର୍ଦାଫାସ କରି ଆସାମୀକୁ ଗିରଫ କରିବାରେ ସକ୍ଷମ ହୋଇଛି ବାଙ୍ଗରିପୋଷି ଥାନା ପୋଲିସ।ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଧିନ ବୁଢାମରା ଗ୍ରାମର ସର୍ଗତ ଦୁର୍ଗା ସିଂ ଙ୍କ ପୁଅ ଗୁରା ସିଂ (୫୮) ଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ତାଙ୍କ ଶୋଇବା ଘରେ ପଡି ଥିବାର ଦେଖିବାକୁ ମିଳିଥିଲା। କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗଳାକାଟି ହତ୍ୟା କରିଥିବାର ସନ୍ଦେହ କରିଥିଲା ପୋଲିସ।। ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲା। ଘର ନିକଟରେ ଥିବା ଏକ ପାଳଗଦାରେ ହତ୍ୟା ପାଇଁ ବ୍ୟବହୃତ ଏକ ଧାରୁଆ ଅସ୍ତ୍ରକୁ ପୋଲିସ ଉଦ୍ଧାର କରି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ନେଇ ତଦନ୍ତ ଆରମ୍ଭ କରିଥିଲ।  ଶେଷରେ ଗୁରାସିଂଙ୍କ ପୁତୁରା ମନୋଜ ସିଂ ଙ୍କୁ ପୋଲିସ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିଲା ପରେ ସତ ସମ୍ନାକୁ ଆସିଥିଲା। ବଡବାପା ଗୁରାସିଂ କୁଆଡେ ପୁତୁରା ମନୋଜକୁ କାଟିଦେବି , ମାରିଦେବି ବୋଲି ବିଭିନ୍ନ ସମୟରେ ଧମକ ଦେଇ କହୁଥିବାରୁ ଭୟରେ ମାରିଦେଇଥିବା ପୁତୁରା ମନୋଜ ସ୍ବୀକାର କରି କହିଥିଲେ। ତେବେ ରାତି ନଅଟା ସମୟରେ ବଡବାପା ଗୁରା ମଦପିଇ ଶୋଇଥିବା ବେଳେ କୁକୁଡ଼ା କଟା ଧାରୁଆ ଅସ୍ତ୍ରରେ ମାରିବା ପରେ ପାଳଗଦାରେ ଅସ୍ତ୍ର ଲୁଚାଇଥିବା ମନୋଜ ସ୍ୱୀକାର କରିଥିବା ପୋଲିସ କହିଥିବା ବେଳେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Advertisement