Friday, November 6, 2026
ADVERTISEMENT
Home ଜିଲ୍ଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀ ମୃତ

318
ADVERTISEMENT

ବଲାଙ୍ଗୀର,୩୦।୧(ଦେବବ୍ରତ ଗୁରୁ): ଗତକାଲି ବିଳମ୍ବିତ ରାତିରେ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଦୂର୍ଘଟଣା ଗ୍ରସ୍ତ । ବଲାଙ୍ଗୀର ପଟରୁ ବାହାଘର ଭୋଜି ଖାଇ ଫେରୁଥୁବା ବେଳେ ସୋନପୁର ଜିଲ୍ଲା ସଦର ଥାନାର ବଡ଼ବହଳି ଛକ ଠାରେ ୫୭ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଛି । ଗୁରୁତର ଆହତ ବାଇକ ଆରୋହୀ ମାନଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଗଲା ।
ମୃତକମାନେ ହେଉଛନ୍ତି ଉଲୁଣ୍ଡା ବ୍ଲକ ଖୁଣ୍ଟୁଲପାଲି ଗ୍ରାମର କେଦାର ଦାସ ଓ କୋଟସମଲେଇ ଗ୍ରାମର ବିଜୟ ମେଣ୍ଡଳୀ ବୋଲି ଜଣାପଡିଛି ,ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।

Advertisement