ମହାତ୍ମା ଗାନ୍ଧୀଙ୍କ ୭୨ତମ ତିରୋଧାନ ଦିବସରେ ରାଜନେତାଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ

232
ADVERTISEMENT

ନୂଆଦିଲ୍ଲୀ,୩୦।୧(ଡିଏଚ ) : ଗୁରୁବାର ଦିନ ଦେଶ ମହାତ୍ମା ଗାନ୍ଧୀଙ୍କ ୭୨ତମ ମହାପ୍ରାୟାଣ ଦିବସ ଓ ସହିଦ ଦିବସ ପାଳନ କରୁଛି। ୧୯୪୮ ମସିହା, ଜାନୁଆରି ୩୦ ତାରିଖ ଦିନ ନାଥୁରାମ ଗଡ଼ସେଙ୍କ ଦ୍ୱାରା ମୋହନଦାସ କରମଚାନ୍ଦ ଗାନ୍ଧୀ ନିହତ ହୋଇଥିଲେ। ପ୍ରତିବର୍ଷ ଆଜି ଦିନରେ ଭାରତ ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରେ।
ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ଜେନେରାଲ୍‌ ବିପିନ ରାଓ୍ଵତ, ସେନାମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରଓ୍ଵାଣେ, ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ କରମବୀର ସିଂହ ଏବଂ ବାୟୁସେନା ମୁଖ୍ୟ ମାର୍ସାଲ୍‌ ଆର୍‌କେଏସ୍‌ ଭଦୌରିଆ ଜାତୀୟ ରାଜଧାନୀସ୍ଥିତ ରାଜଘାଟ ଠାରେ ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ନାନାରଙ୍ଗୀ ଫୁଲରେ ସଜ୍ଜିତ ମାଳା ରଖି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅନେକ ନେତା ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଟୁଇଟ୍‌ କରି ରାଷ୍ଟ୍ରପତି କୋବିନ୍ଦ ଲେଖିଛନ୍ତି: ଅନ୍ତିମ ଆତ୍ମବଳିରେ ଗାନ୍ଧୀଜୀ ଆମ ପାଇଁ ଅପରିବର୍ତ୍ତନୀୟ ସ୍ମାରକୀଟିଏ ଛାଡ଼ିଯାଇଛନ୍ତି, ନିଃସର୍ତ୍ତ ପ୍ରେମ, ବିଶେଷକରି ‘ଅନ୍ୟ ପ୍ରତି’। ମୋର ଦୃଢ଼ବିଶ୍ୱାସ, ଆମମାନଙ୍କ ମଧ୍ୟରୁ ଅଧିକରୁ ଅଧିକ ଗାନ୍ଧୀଜୀଙ୍କ ବାର୍ତ୍ତାର ସତ୍ୟତା ଆବିଷ୍କାର କରିବେ।

Advertisement