ବଲାଙ୍ଗୀର,୨୯।୧(ଦେବବ୍ରତ ଗୁରୁ) : ସୁବର୍ଣ୍ଣପୁରରେ ବନ୍ଦକୁ ସଫଳ କରେଇବା ପାଇଁ ଜୋରଦାର ଚେଷ୍ଟା ଚଳେଇଲା ଭୀମ ଆର୍ମି l କେନ୍ଦ୍ର ସରକାର ଆଣିଥିବା ସିଏଏ, ଏନଆରସି, ଓ ଏନପିଆର ବିରୁଦ୍ଧରେ ଭୀମ ଆର୍ମିର କାର୍ଯ୍ୟକର୍ତା ମାନେ ସକାଳୁ ସକାଳୁ ସହରର ମୁଖ୍ୟ ଛକ, ବ୍ଲକ ଛକ, ଓ ବସ ଷ୍ଟାଣ୍ଡରେ ରାସ୍ତା ଅବରୋଧ କରି ଗାଡ଼ି ମଟର ସମ୍ପୂର୍ଣ ବନ୍ଦ କରି ରଖିଛନ୍ତି l ସହରର କିଛିଟା ସ୍କୁଲ, କଲେଜ ଓ ଦୋକାନ ବଜାର ଖୋଲା ରହିବା ଦେଖାଦେଇଛି l ଭୀମ ଆର୍ମିର କାର୍ଯ୍ୟକର୍ତାର ଲୋକ ମାନେ ବାଇକରେ ବୁଲି କିଛିଟା ଦୋକାନ , ସ୍କୁଲ, କଲେଜକୁ ବନ୍ଦ କରିଥିଲେ l ସହରର କିଛିଟା ମୁଖ୍ୟ ଛକ ମାନଙ୍କୁ ପୋଲିସ ପ୍ରଶାସନ ତରଫରୁ ପୋଲିସ ମୁତୟନ କରାଯାଇଛି l





















