Wednesday, August 19, 2026
ADVERTISEMENT
Home ଜିଲ୍ଲା ବିବାହଭୋଜି ଖାଇ ୫୦ରୁ ଉର୍ଦ୍ଧ୍ବ ଗୁରୁତ୍ତର ଡାକ୍ତରଖାନାରେ ଭର୍ତ୍ତି

ବିବାହଭୋଜି ଖାଇ ୫୦ରୁ ଉର୍ଦ୍ଧ୍ବ ଗୁରୁତ୍ତର ଡାକ୍ତରଖାନାରେ ଭର୍ତ୍ତି

267
ADVERTISEMENT

ମୟୂରଭଞ୍ଜ,୨୮।୧(ସୀତାରାମ ଦୀକ୍ଷିତ) : ଏଭଳି ଏକ ଅପ୍ରୀତିକର ଘଟଣା ବାରିପଦା ସହରରେ ଦେଖିବାକୁ ମିଳିଛି। ଯାହାକି ବାରିପଦା ସହର ଅନ୍ତର୍ଗତ ଷ୍ଟେସନବଜାର ଅଞ୍ଚଳରେ ଗତକାଲି ରାତିରେ ଅନୁଷ୍ଠିତ ଝିଅ ବାହାଘରକୁ ବର ଏବଂ ବରଯାତ୍ରୀ ଆସିଥିଲେ ଏହି ସହର ତୁଳସୀଚୌରାରୁ। ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଥିଲା ବାହାଘର। କିନ୍ତୁ ଭୋଜି ହେଲା କାଳ। ବିବାହ ଭୋଜିରେ ମାଂସ ସହିତ ଆନ୍ୟାନ୍ୟ ଖାଦ୍ୟ ଖାଇ ବରଯାତ୍ରୀ ସମେତ କନ୍ୟା ପକ୍ଷରୁ ଅସୁସ୍ଥ ହେଲେ ୫୦ରୁ ଉର୍ଦ୍ଧ୍ବ ଲୋକ। ଭୋଜି ଖାଇବା ପରେ ଆରମ୍ଭ ହୋଇଥିଲା ପେଟବ୍ୟଥା ଏବଂ ବାନ୍ତି। ଧୀରେ ଧୀରେ ଯନ୍ତ୍ରଣା ବଢିଥିଲା ଏବଂ ଅସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢିଥିଲା। ପରେ ସମସ୍ତେ PRM ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। କିଛି ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନେକ ଏବେବି ଚିକିତ୍ସା ଧୀନଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛନ୍ତି। ତେବେ ଏଭଳି ଅପ୍ରତ୍ୟାଶିତ ଘଟଣା ଫୁଡ଼ ପୋଏଯୋନିଙ୍ଗ କାରଣରୁ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

Advertisement