Thursday, August 20, 2026
ADVERTISEMENT
Home ଜିଲ୍ଲା ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ମୟୁରଭଞ୍ଜର ପ୍ରଧ୍ୟାପିକା ଡ଼. ଦମୟନ୍ତି

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ମୟୁରଭଞ୍ଜର ପ୍ରଧ୍ୟାପିକା ଡ଼. ଦମୟନ୍ତି

560
ADVERTISEMENT

ମୟୁରଭଞ୍ଜ, ୨୭/୧(ସୀତାରାମ ଦୀକ୍ଷିତ) :  ମୟୂରଭଞ୍ଜଜିଲ୍ଲା ସମେତ ଓଡ଼ିଶା ପାଇଁ ଗର୍ଵ ଓ ଗୌରବ ଆଣିଲେ ପ୍ରଧ୍ୟାପିକା ଡ଼. ଦମୟନ୍ତି ବେଶ୍ରା। ଦୀର୍ଘଦିନର ନିରବଚ୍ଛିନ୍ନ ସାହିତ୍ୟ ସାଧନା ଆଜି ଆଣିଦେଇଛି ପ୍ରତିଷ୍ଠା। ଓଡିଆଭାଷା ସହିତ ସାନ୍ତାଳୀଭାଷା ସାହିତ୍ୟରେ ଗବେଷଣା ଓ ଶିକ୍ଷା ଲାଗି ପଦ୍ମଶ୍ରୀ ପୁରସ୍କାର ପାଇ ମୟୁରଭଞ୍ଜ ତଥା ଓଡିଶାକୁ ଗୌରବ ଆଣିଛନ୍ତି ଡ. ଦମୟନ୍ତୀ ବେଶ୍ରା। ବର୍ତ୍ତମାନ ବାରିପଦାର ଏମ.ପି.ସି ସ୍ୱୟଂସାଶିତ କଲେଜରେ ଓଡିଆ ବିଭାଗରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ ଡ.ଦମୟନ୍ତୀ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ତେବେ  ଓଡିଆ ଓ ସାନ୍ତାଳୀ ସାହିତ୍ୟରେ ଗବେଷଣା କରିବାରେ ସେ ପ୍ରଥମ ମହିଳା ପଦ୍ମଶ୍ରୀ ପୁରସ୍କାର ବିଜେତା। ସଂସଦରେ ସାନ୍ତାଳୀ ଭାଷାକୁ ମାନ୍ୟତା ମିଳିବାରେ ତାଙ୍କ ପରିଶ୍ରମ ଓ ଦାନ ଅତୁଳନୀୟ। ତାଙ୍କର ଏହି ଅନନ୍ୟ ସଫଳତା ଲାଗି ବାରିପଦା ସହିତ ଜିଲ୍ଲା ଓ ରାଜ୍ୟର ସବୁ ମହଲରୁ ତାଙ୍କଲାଗି ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କର ଏହି ଅତୁଳନୀୟ ସାହିତ୍ୟ କୃତୀ ପାଇବାରେ ଯେଉଁ ମାନଙ୍କ ସାହାଯ୍ୟ ସହଯୋଗ ରହିଛି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଡ. ଦମୟନ୍ତୀ। ସାହିତ୍ୟର ଏହି ଲମ୍ବା ଯାତ୍ରାରେ ତାଙ୍କ ସ୍ୱାମୀ ଡ. ଗଙ୍ଗାଧର ହାଁସଦାଙ୍କ ଭୁମିକା ମହତ୍ତ୍ୱପୂର୍ଣ୍ଣ। ସେ ମଧ୍ୟ ୨୦୧୨ ମସିହାରେ ସାନ୍ତାଳୀ ଭାଷା ସାହିତ୍ୟ ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ସାରିଛନ୍ତି।

Advertisement