ବଲାଙ୍ଗୀର, ୨୭/୧(ସୁନୀଲ ତ୍ରୀପାଠୀ) : ଗତକାଲି ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିଅମରେ ଉଦଘାଟିତ ହେଲା ୩୪ତମ ସର୍ବ ଭାରତୀୟ ଲାଲମନି କ୍ରିକେଟ ଟୁର୍ନାମେଣ୍ଟ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟିତ କରି ଥିଲେ l ଏହି ଉଦଘାଟନି ସମାରୋହରେ ସହର ପରିକ୍ରମାର ଏକ ଶୋଭାଯାତ୍ରା ଆୟୋଜନ କରା ଯାଇଥିଲା l
ଏହି ସମାରୋହରେ ଯୋଗ ଦେଇଥିଲେ ସିନେ ଜଗତର ନାଇକା ଅଙ୍କିତା l ଏହି ଟୁର୍ଣ୍ଣାମେଣ୍ଟଟି ମୋଟ ୯ଟି ଦଳକୁ ନେଇ ଚାଲିଛି l ଏହାର ପ୍ରଥମ ମ୍ୟାଚ ବିଳାସପୁର ହୁଇଜଡମ କ୍ରିକେଟ ଏକାଡେମି ଓ ସୁବର୍ଣପୁର ଜିଲ୍ଲା କ୍ରିକେଟ ଦଳ ମଧ୍ୟରେ ହୋଇଥିଲା ଯେଉଁଥିରେ ବିଳାସପୁର ହୁଇଜଡମ କ୍ରିକେଟ ଏକାଡେମି ୩୪ ରନରେ ସୁବର୍ଣ୍ଣପୁରକୁ ପରାସ୍ତ କରିଥିଲା l ଏହାର ୨ୟ ମ୍ୟାଚ ଭୁବନେଶ୍ୱର ପ୍ରଗତି ସ୍ପୋଟିଙ୍ଗ ଓ ନାଗପୁର କରିମ ସ୍ପୋଟିଙ୍ଗ ମଧ୍ୟରେ ଆଜି ହେବ l




















