Wednesday, August 19, 2026
ADVERTISEMENT
Home ମୟୂରଭଞ୍ଜ ମୟୁରଭଞ୍ଜ : ସାଧାରଣତନ୍ତ୍ର ଦିବସ ପାଳିତ

ମୟୁରଭଞ୍ଜ : ସାଧାରଣତନ୍ତ୍ର ଦିବସ ପାଳିତ

381
ADVERTISEMENT

ମୟୂରଭଞ୍ଜ,୨୬/୧(ସୀତାରାମ ଦୀକ୍ଷିତ):ସାରା ଦେଶରେ ୭୧ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହେଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ପ୍ୟାରେଡ଼ ପଡ଼ିଆ ଠାରେ ପାଳିତ ହୋଇଯାଇଛି ସାଧାରଣ ତନ୍ତ୍ର ଦିବସ। ଓଡିଶା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ମୟୁରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ,ମୟୁରଭଞ୍ଜ ଏସ ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଏବଂ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ପତାକା ଉତ୍ତୋଳନ ପରେ ମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ। ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ପ୍ୟାରେଡ଼ରେ ସ୍କୁଲ, କଲେଜ ସହିତ ବିଭିନ୍ନ ବିଭାଗରୁ ମୋଟ ୪୨ଟି ଦଳଭାଗ ଅଂଶଗ୍ରହଣ କରିଥିଲେ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନେ ଦେଶଭକ୍ତି ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଚିତାକର୍ଷକ ଢଙ୍ଗରେ ପ୍ରଦର୍ଶନ  କରିଥିଲେ।

Advertisement