ବଲାଙ୍ଗୀର୨୪/୧( ସୁନୀଲ ତ୍ରୀପାଠୀ) :ଯନ୍ତ୍ରମନ୍ତ୍ର ଓ ତନ୍ତ୍ରର ସାଧନା ପୀଠ ଓଡିଶାର ଦ୍ବିତୀୟ ବାରଣାସୀ ,ମନ୍ଦିର ମାଳିନୀ ସୋନପୁର ସହରର ଠିକ୍ ପଶ୍ଚିମ ଦିଗରେ କୋଉ ଆବହମାନ କାଳରୁ ତଂତ୍ର ସାଧନାର ମୁକସାକ୍ଷୀ ଭାବରେ ଦଣ୍ଡାୟମାନ (ଛଚାନ୍ ଡୁଙ୍ଗୁରି)।ଦିନେ ଅଗନା ଗମନୀ ବନଭୁ ଭାଗଥାଇ ବଣ୍ଯପ୍ରାଣୀଙ୍କ ଅଭୟ ଆଶ୍ରୟସ୍ଥଳି ଥିବା ଏ ପାହାଡର ବହୁ କିମ୍ବଦନ୍ତୀ ଓ ଇତିହାସ ଥିବା କୁହନ୍ତି ଅଶ୍ଚଳବାସୀ।ଏ ପାହାଡ ଉପରେ ଏକ ଆଶ୍ରମ କରି ପ୍ରଥମକରି ଜଣେ ବାବାଜୀ ରହୁଥିଲେ,ଅଶ୍ଚଳରେ ସେ ସିଦ୍ଧବାବା ଭାବରେ ପରିଚିତ ତଥା ଆଦ୍ରୁତ ଥିଲେ। ସେ ମଧ୍ଯ ଥିଲେ ଜଣେ ଚିକିତ୍ସକ।ଖଇ ମାଧ୍ଯମରେ ସେକାଳରେ ବିଭିନ୍ନ ରୋଗର ଉପସମ କରାଇ ପାରୁଥିଲେ।ଆଜିବି ତାଙ୍କର ସମାଧି ଏ ପାହାଡରେ ରହିଛି।ବର୍ତମାନ ସମୟରେ ହିମାଳୟବାବାଙ୍କ ଉପାସନା ପୀଠ ହୋଇ ରହିଛି ।ସ୍ଥାନିୟ ଜଣେ ସମାଜସେବିଙ୍କ ପ୍ରଚେଷ୍ଟାରେ ନୂତନ କେତୋଟି କାର୍ଯ୍ଯକ୍ରମ ହାତକୁ ନିଆଯାଇ ,ଏ ପାହାଡର ଏକ ନୂତନ ପରିଚୟ ସୃଷ୍ଟି କରାଯିବାର ଉଦ୍ଯମ ବେଶ୍ ପ୍ରଶଂସାଯୋଗ୍ଯ। ପାହାଡ ଉପରେରହୁଥିବା ହିମାଳୟ ବାବା ଦୈନିକ ଯୋଗାଭ୍ଯାସରେ ନିମଗ୍ନ ରହିବାର ଦେଖାଯାଏ। ହିମାଳୟରୁଆସି ଅନ୍ନ ରହିତ ଜୀବନ । ସେ ଏପୀଠକୁ ନିଜ ସାଧନାଓ ସିଦ୍ଧିର ପିଠ ଭାବରେ ବାଛି ନେଇଛନ୍ତି। ଏବେ ଏବେଏଠି ଗଢି ଉଠିଛି ଏକ ଯୋଗେଶ୍ବର ମନ୍ଦିର,ଦୁର୍ଗା ମନ୍ଦିର, ଯୋଗେଶ୍ବର ଯୋଗବିଦ୍ଯାଳୟ। ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ପର୍ବପର୍ବାଣି ପାଳନ କରାଯାଇ ଏ ପୀଠର ସ୍ବାତଂତ୍ର୍ଯ ବଜାୟ ରଖିବାର ପ୍ରଚେଷ୍ଟା ଯାରି ରଖାଯାଇଛି ।ଏହି ଧର୍ମସ୍ଥଳୀକୁ ଯିବାକୁ ପୂର୍ବ‐ଉତ୍ତର ଓ ପଶ୍ଚିମ ପଟରୁ ଯଦିଓ ତିନୋଟି ରାସ୍ତା ରହିଛି, ତାହା ଚାଲାପଥ ରାସ୍ତା। ଯଦି ପ୍ରଶାସନ ଶୁଭ ଦ୍ରୃଷ୍ଟି ଦେଇ ପୁଣି ଥରେ ଏ ପାହାଡକୁ ସବୁଜମୟ କରାଇବାରେ ସହଯୋଗ କରିବ ତେବେ ,(ଛଚାନ ଡୁଙ୍ଗୁରି) ତାର ଗତଗୌରବ ଫେରି ପାଆନ୍ତା।




















