ବଲାଙ୍ଗୀର,୨୨।୧(ଡି.ଏଚଦେବବ୍ରତ ଗୁରୁ) : ସୋନପୁର ସୁବର୍ଣ୍ଣପୁର ଏସପି ଦେବୀ ପ୍ରସାଦ ଦାସଙ୍କ ଗାଡି ଦୂର୍ଘଟଣା ଗ୍ରସ୍ତ ହୋଇଛି । ଦୂର୍ଘଟଣାରେ ଏସପିଙ୍କ ସମେତ ୩ଜଣ ଆହାତ ହୋଇଛନ୍ତି। ଏସପି ଓ ଅନ୍ୟ ୨ ଆହାତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏସପି ଏହି ଗାଡିରେ ସୋନପୁର ଅଭିମୁଖେ ଯାତ୍ରା କରୁଥିଲେ। ସମ୍ବଲପୁର-ସୋନପୁର ରାସ୍ତାର ସିଣ୍ଡୋଲ ଢ଼ାବା ନିକଟରେ ଗାଡିଟି ଓଲଟି ପଡିଥିଲା।




















