ADVERTISEMENT
Home ଜିଲ୍ଲା ଅନୁଗୁଳ ଜାତୀୟ ରାଜପଥ ପାଲଟିଛି ମରଣ ଯନ୍ତା

ଜାତୀୟ ରାଜପଥ ପାଲଟିଛି ମରଣ ଯନ୍ତା

396
ADVERTISEMENT

ତାଳଚେର,୨୦ା୧(ପ୍ରବୀଣ କୁମାର ଦାସ ) : ଜାତୀୟ ରାଜପଥ149ରେ ଆଜି ସ୍କୁଟି ଆରୋହୀଙ୍କୁ ଏକ ଟ୍ରକ ଧକ୍କା ଦେବା ଦ୍ୱାରା ସ୍କୁଟି ଆରୋହିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ପ୍ରାପ୍ତ ସୂଚନାରୁ ଜଣା ଯାଏ ଯେ ଅନଗୁଳ ଗୀତାଗ୍ରାମ ନିବାସୀ ବିରେନ କୁମାର ମିତ୍ରଙ୍କ ଧର୍ମପତ୍ନୀ ସନ୍ଧ୍ୟା ରାଣୀ ଦାସ ତାଙ୍କର ସ୍କୁଲ କାମ ସାରି ଘରକୁ ଫେରିବା ବାଟରେ ତାଳଚେର ବସ ଷ୍ଟାଣ୍ଡ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ମୁର୍ତ୍ୟୁ ବରଣ କରିଛନ୍ତି। ସବୁଦିନ ପରି ଆଜିମଧ୍ୟ ସେ ନିଜ ହୋଣ୍ଡା ଆକଟିଭା ଗାଡି no ଓଡ଼ି 35 ଡ଼4448 ସ୍କୁଟି ରେ ନିଜ କାମ ସାରି ଫେରିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।ସେ କୁକୁଡୁଲା ହାଇ ସ୍କୁଲର ଶିକ୍ଷୟିତ୍ରୀ ଥିଲେ। ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ପୋଲିସ ମୃତୟନ ହୋଇ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଖବର ଲେଖା ହେବା ବେଳକୁ ବି.ଜେ.ପିର ସ୍ଥାନୀୟ ନେତା ଯଯାତି ପଟ୍ଟନାୟକ, ଜିତେନ୍ଦ୍ର ଦାସ ପହଂଛି ରାସ୍ତା ଅବରୋଧ କରିଥିଲେ । ମୃତ ଶିକ୍ଷୟତ୍ରୀଙ୍କ ପୁଅକୁ ଚାକିରୀ ଦେବା ନିମନ୍ତେ ମଧ୍ୟ ଦାବି କରିଛନ୍ତି ।

Advertisement