ବଲାଙ୍ଗୀର,୧୯/୧(ଦେବବ୍ରତ ଗୁରୁ) : ଲୋଇସିଂହା ସହରର ନୂଆପଡା,ସନ୍ନ୍ୟାସୀ ନେଗୀ ଙ୍କ ପୁତ୍ର ଅନାଦି ନେଗି (୧୭ ବର୍ଷ) କୂଅରେ ଖସିପଡି ଛଟପଟ ହେଉଥିବା ଗାଈ କୁ ରକ୍ଷା କରିବାକୁ ଯାଇ ଆଖ ପାଖରେ କୌଣସି ବ୍ୟକ୍ତି ନଥିବାରୁ ଏକା ଏକା ଡେଇଁ ପଡିଥିଲେ ୧୦ଫୁଟ ଗଭୀର କୂଅକୁ। ଦୀର୍ଘ ଦେଢ ଘଣ୍ଟାରୁ ଅଧିକ ସମୟର କସରତ ଓ ସଂଧ୍ୟାବେଳା କୂଅର ଜମାଟବନ୍ଧା ଥଣ୍ଡା ପାଣି ଯୋଗୁଁ ତାଙ୍କ ଶରୀର ନିସ୍ତେଜ ହେବାକୁ ଲାଗିଥିଲା । ବାହାରକୁ ଅଣାଯିବା ପରେ ଅବସ୍ଥା ସଂକଟାପୂର୍ଣ ହେବାରୁ ତାଙ୍କୁ ହସପିଟାଲ ରେ ଭର୍ତ୍ତି କରିବାକୁ ପଡିଥିଲା। ନାବାଳକଙ୍କ ସାହସିକ କାର୍ଯ୍ୟ ଦେଖି ସମସ୍ତ ଅଞ୍ଚଳବାସୀ ତାଙ୍କୁ ସାବାସୀ ଓ ଧନ୍ୟବାଦ ଦେଉଛନ୍ତି।




















