Friday, November 6, 2026
ADVERTISEMENT
Home ଜିଲ୍ଲା ବେସାହାରା ବିଧବା ଲିଙ୍ଗବତି ସାହୁଙ୍କୁ ମାହେଶ୍ୱରୀର କର୍ମକର୍ତ୍ତା ସହଯୋଗରେ ବିଡ଼ିଓ ଙ୍କ ଦ୍ୱାରା ଭତ୍ତା ପ୍ରଦାନ

ବେସାହାରା ବିଧବା ଲିଙ୍ଗବତି ସାହୁଙ୍କୁ ମାହେଶ୍ୱରୀର କର୍ମକର୍ତ୍ତା ସହଯୋଗରେ ବିଡ଼ିଓ ଙ୍କ ଦ୍ୱାରା ଭତ୍ତା ପ୍ରଦାନ

338
ADVERTISEMENT

ବଲାଙ୍ଗୀର,୧୫।୧(ଦେବବ୍ରତ ଗୁରୁ) : ଆଗଲପୁର ବ୍ଲକର ଭରସୂଜା ପଞ୍ଚାୟତର ଗୁଣ୍ଡରୁମୁଣ୍ଡା ଗ୍ରାମର ବିଧବା ଲିଙ୍ଗବତି ସାହୁ ଆଉ ଝିଅ ଅହଲ୍ୟା ସାହୁ ବହୁତ୍ କଷ୍ଟରେ ଭଙ୍ଗା କୁଡିଆ ଘରେ ରହି ଆସୁଥିଲେ। ଖବର ପାଇଲା ପରେ ମାହେଶ୍ୱରୀ ଆଗଲପୁର ଶାଖାର କର୍ମକର୍ତ୍ତା ତାଙ୍କ ଘରକୁ ଯାଇ ତର୍ଜମା କରିଥିଲେ। ଜଣା ପଡିଲା ଯେ ଲିଙ୍ଗବତି ସାହୁଙ୍କ ସ୍ବାମୀର ମୃତ୍ୟୁ ପରେ ମା ଝିଅ ବେସାହାରା ହୋଇଗଲେ।ମାହେଶ୍ୱରୀର କର୍ମକର୍ତ୍ତା ବିଡ଼ିଓଙ୍କୁ ସବୁ କଥା ଜଣେଇଲେ । ତାର ଠିକ୍ 2 ମାସ ପରେ ଆଜି ପରିବାରକୁ ଭତ୍ତା କାର୍ଡ ଏବଂ ୧୦୦୦ ଟଙ୍କା ପ୍ରଦାନ କରା ଯାଇଛି। ବିଡ଼ିଓ ସେହି ପରିବାରକୁ ଇନ୍ଦ୍ରା ଆବାସ ମଧ୍ୟ କରେଇ ଦେବାକୁ ପ୍ରତିଶୃତି ଦେଇଛନ୍ତି।

Advertisement