ବଲାଙ୍ଗୀର,୧୫।୧(ଦେବବ୍ରତ ଗୁରୁ) : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ୧୩ତମ ମଠଖାଇ ମହୋତ୍ସବ ପ୍ରାକ ପ୍ରସ୍ତୁତି ବୈଠକ ମାନ୍ୟବର ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଦଳମତ ନିର୍ବିଶେଷରେ କଳାର ବିକାଶ ପାଇଁ ମଠଖାଇ ମହୋତ୍ସବକୁ ସହଯୋଗର ହାତ ବଢ଼େଇବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଲେ ଶ୍ରୀ ନରସିଂହ ମିଶ୍ର।




















