ବଲାଙ୍ଗୀର,୧୩ା୧(ଡି.ଏଚ/ବିଶିକେଶନ ବେହେରା): ଆସନ୍ତୁ ଦେଖିବା ବିକ୍ରମ ଛକରୁ ରେଲୱେ ଷ୍ଟେସନ ରାସ୍ତାରେ କିଭଳି ଅବ୍ୟବସ୍ଥା ଆସନ୍ତୁ ଥରେ ବୁଲିଦେଖିବା l ସେମିତିରେ ଏଇ ରାସ୍ତା ଅଣଓସାରିଆ, ସବୁବେଳେ ଟ୍ରାଫିକ ସମସ୍ୟା ତା ଉପରେ ପୁଣି ଦିନବେଳା ଡ୍ରେନକାମ, ବୋଝ ଉପରେ ନଳିତା ବିଡା ଭଳି । ସରକାରୀ କର୍ମଚାରୀଙ୍କ ଚିନ୍ତାଧାରା ସାଧାରଣ ଜନତା ଯେମିତି କିଛି ବି ନୁହେଁ । ଯଦି ଦିନବେଳା କରିବା ନିହାତି ଜରୁରୀ ତେବେ ରାସ୍ତାର ଦୁଇ ପଟକୁ କିଛିଦିନ ପାଇଁ ବନ୍ଦ କରିଦିଆଯାଉ କିମ୍ବା କାମ ରାତିରେ କରାଯାଉ ,ଏହା ହେଉଛି ବୁଦ୍ଧିଜୀବୀଙ୍କ ମତାମତ । ହେଲେ କିଏ ବା ମାନେ ଏମିତି ସାଧାରଣ ଜନତାଙ୍କ ଅସୁବିଧା ସମସ୍ୟା , ଏମିତି ଅଣଓସାରିଆ ରାସ୍ତାରେ ଏମିତି ଡ୍ରେନ କାମ ଯାତାୟତରେ ବହୁତ ସମସ୍ୟା ହୁଏ । କିଛି ଅଘଟଣ ଘଟିଲେ କିଏ ବା ଦାୟୀ ରହିବ ? ସାଧାରଣ ଜନତା ସବୁ ଦେଖୁଥିବେ ଓ ସହୁଥିବେ ହେଲେ କିନ୍ତୁ ନିଜ ନିଜ କର୍ମ ଜୀବନରେ ବ୍ୟସ୍ତ !




















