ବଲାଙ୍ଗୀର,୧୩ା୧(ଡି.ଏଚ/ସୁନୀଲ ତ୍ରୀପାଠୀ): କର୍ତ୍ତବ୍ୟ ଫାଉଂଡେସନର ରଚିୟତା ଅଜୁ ଦାଦା., ଯିଏ ସଦା ସର୍ବଦା ନିଜକୁ ଉତ୍ସର୍ଗ କରିଥାନ୍ତି ଗୋମାତା ଓ ପଶୁ ସେବାରେ.. ଯିଏ ଦିନ ରାତି ଏକ କରିଦିଅନ୍ତି ସମାଜ ସେବାରେ । ସେ ଜଣେ ପଶୁ ପ୍ରେମୀ ସେ ସହ ସହ ପଶୁ ପକ୍ଷୀଙ୍କ ଜୀବନ ଦାତା ଅଟନ୍ତି । ନିଜ ଖର୍ଚ୍ଚରେ ଆସିମିତ ସେବା କରଥାନ୍ତି.. ହାଡ଼ ଭଙ୍ଗା ଶୀତ ହେଉ ବା ମୁଣ୍ଡଫଟା ଖରା.. ଦିନକୁ ଚାରି ପାଞ୍ଚ ଥର ସ୍ଥାନୀୟ ଡେଲି ମାର୍କେଟରୁ ପରିବା ସଂଗ୍ରହ କରି ଆହତ ଗୋବଂଶଙ୍କ ଭୋକ ମେଟାଇ ଥାନ୍ତି… କିନ୍ତୁ କେବେ ମଧ୍ୟ ନିଜକୁ ବିଜ୍ଞାପିତ କରିନାହାନ୍ତି ।
ଧନ୍ୟ ସେହି ପଶୁ ପ୍ରେମୀଙ୍କୁ ଯିଏ ନିଜ ଜୀବନ ଉତ୍ସର୍ଗ ଏହି କାର୍ଯ୍ୟରେ ନିବୃତ କରିଛନ୍ତି । ଓ ଧନ୍ୟ ଧନ୍ୟ ସେ ମା, ବାପା ଯେ ଆପଣଙ୍କୁ ଜନ୍ମ ଦେଇ ଏହି ନିରୀହ ପଶୁ ପ୍ରାଣୀଙ୍କ ଉଦ୍ଧାର କାର୍ଯ୍ୟରେ ଲିପ୍ତ ରଖିଛନ୍ତି । ଆଜି ଆମ ସମସ୍ତ ଗୋଭକ୍ତ ତଥା ପଶୁ ପ୍ରେମୀ ବନ୍ଧୁ ମାନଙ୍କ ପ୍ରେରଣାର ଉତ୍ସ, ସର୍ବଶ୍ରେଷ୍ଠ ମାନବୀୟ ଗୁଣରେ ପରିପୂର୍ଣ, ଶ୍ରୀମାନ ଅଜୁଦାଦାଙ୍କ ଜନ୍ମ ଦିନରେ ବଜରଙ୍ଗ ଦଳ ଓ କର୍ତ୍ତବ୍ୟ ଫାଉଂଡେସନ ତରଫରୁ ହାର୍ଦ୍ଧିକ ଅଭିନନ୍ଦନ । ଏହିଭଳି ପଶୁ ସେବା କରିବା ନିମନ୍ତେ ଅଶେଷ ଧନ୍ୟବାଦ !




















