Wednesday, September 23, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ବର୍ଣ୍ଣାଳି କାର୍ଯ୍ୟକ୍ରମ ଅନୁଷ୍ଠିତ

ବର୍ଣ୍ଣାଳି କାର୍ଯ୍ୟକ୍ରମ ଅନୁଷ୍ଠିତ

480
ADVERTISEMENT

ତାଳଚେର,୧୨।୧(ଡି.ଏଚ/ପ୍ରବୀଣ କୁମାର ଦାସ ) : ଅକ୍ଷୟ ମହାନ୍ତି ୱେଲଫେୟାର ସୋସାଇଟି ତରଫରୁ ସ୍ଥାନୀୟ ଚିତ୍ରକୁଟ ମନ୍ଦିର ପ୍ରାଙ୍ଗଣରେରେ ବର୍ଣାଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଶତାଧିକ ମହିଳା ଉପସ୍ଥିତ ରହି ଝୋଟି,ମୁରୁଜ,ଚିତା ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ୧୯ ତାରିଖରେ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି। ଏହି ବର୍ଣାଳି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Advertisement