Friday, November 6, 2026
ADVERTISEMENT
Home ଜାତୀୟ ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କୁ ଏକସଂଗରେ ଫାଶୀ ଦିଆଯିବ

ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କୁ ଏକସଂଗରେ ଫାଶୀ ଦିଆଯିବ

306
ADVERTISEMENT

ନୂଆଦିଲ୍ଲୀ,୮।୧(ଡି.ଏଚ ): ନିର୍ଭୟା ଗଣଦୁ‌ଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ସମସ୍ତ ‌ଦୋଷୀଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ୱାରେଣ୍ଟ୍‌ (ମୃତ୍ୟୁ ପରୱାନା) ତଥା ବ୍ଲାକ୍‌ ୱାରେଣ୍ଟ୍‌ ଜାରି କରିଛନ୍ତି। ଜାନୁଆରି ୨୨, ସକାଳ ୭ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କୋର୍ଟ କହିଛନ୍ତି। ଡେଥ୍‌ ୱାରେଣ୍ଟ୍‌ ହେଉଛି ଏକ ପ୍ରକାର ନୋଟିସ୍‌। ଦୋଷୀଙ୍କୁ କେତେବେଳେ ଏବଂ କେଉଁ ସମୟରେ ଫାଶୀ ଦିଆଯିବ ତାହା ଏହି ନୋଟିସ୍‌ରେ କୁହାଯାଏ। ଏହି ନୋଟିସ୍‌ କୋର୍ଟଙ୍କ ଦ୍ବାରା ଜାରି କରାଯାଏ। ଦୋଷୀଙ୍କ କ୍ଷମା ଆବେଦନ ସଂକ୍ରାନ୍ତ ସମସ୍ତ ସୁଯୋଗ ଶେଷ ହେବାପରେ ଡେଥ୍‌ ୱାରେଣ୍ଟ୍‌ ଜାରି ପାଇଁ ପ୍ରକ୍ରିୟା ଆରମ୍ଭ ହୁଏ। ଏହି ୱାରେଣ୍ଟ୍‌ ଦ୍ବାରା ଫାଶୀ ପାଇଁ ଚୂଡ଼ାନ୍ତ ନିର୍ଦ୍ଦେଶ ଆସିଥାଏ।
ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କୁ ଏକସଂଗରେ ଫାଶୀ ଦିଆଯିବ। ଭାରତ ଇତିହାସରେ ଏହା ପ୍ରଥମ ଘଟଣା ହେବ। ତିହାର ଜେଲ୍‌ରେ ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି। ତିହାର ଜେଲ୍‌ କର୍ତ୍ତୃପକ୍ଷ ୪ ଦୋଷୀଙ୍କୁ ଏକାବେ‌ଳେ ଫାଶୀ ଦେବାପାଇଁ ଏକ ନୂଆ ଫାଶୀଖୁଣ୍ଟ ପ୍ରସ୍ତୁତ କରିଛନ୍ତି। ଦେଶର ପ୍ରଥମ ଜେଲ୍‌ ଭାବେ ତିହାରରେ ଏକାବେଳେ ୪ ଜଣଙ୍କୁ ଫାଶୀ ଦିଆଯିବ। ଜେଲ୍‌ ସୂତ୍ରରୁ ଜଣାପଡ଼ିଛି ଯେ ଏଥିପାଇଁ ସ୍ବତନ୍ତ୍ର ଫାଶୀଖୁଣ୍ଟ ପ୍ରସ୍ତୁତି ସହ ଏକ ସୁଡ଼ଙ୍ଗ ତିଆରି କାର୍ଯ୍ୟ ମଧ୍ୟ ଚାଲିଛି। ଏହି ସୁଡ଼ଙ୍ଗ ଦ୍ବାରା ଫାଶୀ ପରେ ସମସ୍ତ ଦୋଷୀଙ୍କ ମର ଶରୀର ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରା‌ଯିବ। ତେବେ ସମସ୍ତ ୪ ‌ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ଫିଲ୍ମ ଷ୍ଟାଇଲ୍‌ରେ ସେମାନଙ୍କ ‌ଶେଷ ଇଚ୍ଛା ସମ୍ପର୍କରେ ପଚରା ଯିବନାହିଁ।

Advertisement