ଗୋପାଳ କୃଷ୍ଣ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳିତ

257
ADVERTISEMENT

ବାଲେଶ୍ୱର,୩/୧(ଡି.ଏଚ/ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଗୋପାଳ କୃଷ୍ଣ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପର୍ଯ୍ୟଟନ ଓ ସାଂସ୍କୃତିକ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଶିକ୍ଷା ହେଉଛି ସମାଜର ମାର୍ଗ ଦର୍ଶକ,ଶିକ୍ଷାନୁଷ୍ଠାନ ହେଉଛି ଜ୍ଞାନ ରୂପକ ମନ୍ଦିର, ତେଣୁ ଶିକ୍ଷାଅନୁଷ୍ଠାନ ଏବଂ ଶିକ୍ଷାଦାନ ପ୍ରତି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହିତ ଅଭିଭାବକ ମାନଙ୍କ ମଧ୍ୟରେ ସହଯୋଗ ମନୋଭାବ ରହିବା ନିହାତି ଦରକାର ବୋଲି ବକ୍ତବ୍ୟରେ କହିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଭୋଗରାଇ ବିଧାୟକ ଅନନ୍ତ ଦାସ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ବିଦ୍ୟାଳୟର ପତ୍ରିକା ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା, ସରକାର ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମରେ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ସାମିଲ ହେବା ପାଇଁ ମାନ୍ୟବର ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଉକ୍ତ ଉତ୍ସବରେ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Advertisement