Saturday, November 7, 2026
ADVERTISEMENT
Home ବଲାଙ୍ଗୀର କୁଷ୍ଠରୋଗୀଙ୍କୁ ସହଯୋଗର ହାତ ବଢ଼େଇଲା ସାମାଜିକ ସୁରକ୍ଷା ବିଭାଗ ।

କୁଷ୍ଠରୋଗୀଙ୍କୁ ସହଯୋଗର ହାତ ବଢ଼େଇଲା ସାମାଜିକ ସୁରକ୍ଷା ବିଭାଗ ।

381
ADVERTISEMENT

ବଲାଙ୍ଗୀର,୨/୧(ଡି.ଏଚ/ଦେବବ୍ରତ)- ସୁଦପଡ଼ା କୁଷ୍ଠରୋଗୀ କଲୋନୀ ତଥା ଖୁଜେନପାଲି କୁଷ୍ଠରୋଗୀ ଅନ୍ତେବାସୀଙ୍କୁ ,ଶାଢ଼ୀ, କମ୍ବଳ, ବେଡ଼ସିଟ,ମଶାରୀ,ରନ୍ଧନ ସାମଗ୍ରୀ ତଥା ବାସନ କୁସନ ନିତ୍ୟ ବ୍ୟବହାର ଯୋଗ୍ୟ ଜିନିଷପତ୍ର ପ୍ରଦାନ କରାଗଲା । ଏ ଅବସରରେ ମାନ୍ୟବର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ କୁଷ୍ଠରୋଗୀ ଆଉ ଅସ୍ପୃଶ୍ୟ ହୋଇ ରହିନି,ଦୁରାରୋଗ୍ୟ ହୋଇ ରହିନି ।

ଉନ୍ନତ ଚିକିତ୍ସା ବିଜ୍ଞାନ ଦ୍ୱାରା ଏହା ସମ୍ପୂର୍ଣ ରୂପେ ଭଲ ହେଇ ପାରୁଛି ଓ ଲୋକେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରୁଛନ୍ତି । ଲୋକେ ସଚେତନ ହେଇ ସରକାର ଙ୍କ ଦିଆ ଯାଉଥିବା ଚିକିତ୍ସା ସୁବିଧା ସୁଯୋଗର ଫାଇଦା ଉଠାଇବାକୁ କହିଲେ । ଆଗାମୀ ମାସରେ ସମସ୍ତ ସିଏଲପି ପରିବାରଙ୍କୁ ୪୨୦୦ ଟଙ୍କାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କଲେ ବିଧାୟକ ଶ୍ରୀ ନରସିଂହ ମିଶ୍ର ।

Advertisement