Wednesday, September 23, 2026
ADVERTISEMENT
Home ଜିଲ୍ଲା ଘୁମଣ୍ଡଲୀ ପୀଡ଼ିତାଙ୍କୁ ଏପର୍ଯ୍ୟନ୍ତ ମିଳି ପରିନାହିଁ ନ୍ୟାୟ , ବେପରବାଃ ବୁଲୁଛନ୍ତି ଦୋଷୀ

ଘୁମଣ୍ଡଲୀ ପୀଡ଼ିତାଙ୍କୁ ଏପର୍ଯ୍ୟନ୍ତ ମିଳି ପରିନାହିଁ ନ୍ୟାୟ , ବେପରବାଃ ବୁଲୁଛନ୍ତି ଦୋଷୀ

375
ADVERTISEMENT

ନବରଙ୍ଗପୁର,0୧/0୧( ସୁନୀଲ କୁମାର ଦାସ ) : ନବରଙ୍ଗପୁର କସାଗୁମୁଡା ଦୁଷ୍କର୍ମ ଘଟଣା ଆଜିକୁ ଅଠର ଦିନ ବିତି ଯାଇଥିବା ପରେ ମଧ୍ୟ ପ୍ରକୃତ ଦୋଷୀକୁ ବର୍ତମାନ ପର୍ୟନ୍ତ ପ୍ରଶାସନ ଧରି ପାରିନାହିଁ, ଏବଂ ସରକାରଙ୍କ ତରଫୋରୁ ଦିଆଯାଇଥିବା ଆର୍ଥିକ ପ୍ରତିଶୃତି ମଧ୍ୟ ଏପର୍ୟନ୍ତ ପରିବାର ଲୋକଙ୍କୁ ମିଳିପାରିନାହିଁ । ସେପଟେ ମେଡିକାଲ ରିପୋର୍ଟ ସର୍ବଜନିନ୍ ହେବାପରେ ପୀଡିତାର ଘରଲୋକ ଏଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଘର ଲୋକଙ୍କ କହିବା ଅନୁସାରେ ଘଟଣା ସ୍ଥଳରେ ଯାହାସବୁ ଦେଖାଯାଇଥିଲା ସେଥିରୁ ସ୍ପଷ୍ଟ ହେଉଥିଲା ଯେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଛି ଏବଂ ହତ୍ୟା କରାଯାଇଛି । ପରିବାରଙ୍କ କହିବା ଅନୁସାରେ ସେମାନେ ମେଡିକାଲ ରିପୋର୍ଟ ପ୍ରତି ସନ୍ତୁଷ୍ଟ ନୁହନ୍ତି ଏବଂ ପୁନର୍ବାର ଏହାର ତଦନ୍ତ କରାଯାଉ । କୋଶାଗୁମଡା IIC ଙ୍କ ସୂଚନା ଅନୁସାରେ DNA ତଦନ୍ତ ନିମନ୍ତେ ରସୁଲଗଡ଼ ପଠା ଯାଇଛି, ସେପଟେ ଭାରତୀୟ ଜନତା ପାର୍ଟି ତରଫରୁ ମଧ୍ୟ ଚେତାବନୀ ଦିଆଯାଇଛି ଯେ ପୁନର୍ବାର ତଦନ୍ତ କରାଯାଇ ଦୋଷୀକୁ ଯଥା ଶୀଘ୍ର ଦଣ୍ଡ ଦିଆଯାଉ ଏବଂ ଯଦି ସରକାର ଏହାକୁ ଦବେଇବାକୁ ଚେଷ୍ଟା କରିବେ ତେବେ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବେ ଓ ଦରକାର ପୋଡିଲେ ଆନ୍ଦୋଳନ ମଧ୍ୟ କରାଯିବ ।

Advertisement