ବଲାଙ୍ଗୀର,୩୧/୧୨( ଡି.ଏଚ/ଦେବବ୍ରତ ଗୁରୁ) : ଏମିତି ଏକ ସମାଜସେବୀ ସଂଗଠନ ଯିଏ ନା ଚାହେଁ ନାମ..ନା ଚାହେଁ ଯଶ.. ନା ଚାହେଁ ସ୍ୱୀକୃତି, ସଂଗଠନର ସଦସ୍ୟଗଣ ନିଷ୍ଠାପର ଭାବରେ ହୃଦୟର ସହିତ କରିଚାଲନ୍ତି କେବଳ ସେବା l ସହରର ଅନେକ ଫୋଟୋ ଉଠା ସଂଗଠନ ମାନଙ୍କ ମଧ୍ୟରୁ Needy’s Wall ଏକ ବ୍ୟତିକ୍ରମ l
ଆଜି ଡାକ୍ତରଖାନା ପାଖରେ ତାଙ୍କ ବସ୍ତ୍ରବଣ୍ଟନ କାର୍ଯ୍ୟକ୍ରମ ଚାଲୁଥିଲା ଓ ଆମେ ପହଂଚି ଯାଇଥିଲୁ ସେମାନଙ୍କ ପାଖରେ l କାଲି ପୁଣି “ରକ୍ତଦାନ” କାର୍ଯ୍ୟକ୍ରମ ଅଛି l





















