ରାଜେନ୍ଦ୍ରଭିଆନ କଲେଜର ପ୍ଳଟିନମ ଜୁବିଲି : ମହାମିଳନ ଆସନ୍ତା ୨୯ତାରିଖରେ

312
ADVERTISEMENT

ବଲାଙ୍ଗିର,୨୬।୧୨(ଡି.ଏଚ/ ଦେବବ୍ରତ ) : ଆସନ୍ତା 27ତାରିଖ ଠାରୁ 30 ଡ଼ିସେମ୍ବର ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବିଲି ପାଳନ ହେଉଛି । ଆସନ୍ତା ୨୯ତାରିଖରେ ରବିବାର ଦିନ ପୁରାତନ ଛାତ୍ର ଛାତ୍ରୀଙ୍କର ମହାମିଳନ ହେବ । ସୁନାମଧନ୍ୟ ବଲାଙ୍ଗିର ରାଜେନ୍ଦ୍ରଭିଆନ କଲେଜର ପ୍ଳଟିନମ ଜୁବିଲିର ସାଂସ୍କୃତିକ ଶୋଭାଯାତ୍ରାରେ ରାଜେନ୍ଦ୍ର କଲେଜର ପ୍ରତିଷ୍ଠାତା ସ୍ବର୍ଗତ ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସୁପୁତ୍ର ଓଡିଶାର ପୁର୍ବତନ ମନ୍ତ୍ରୀ ତଥା ରାଜ୍ଯସଭା ସାଂସଦ ଶ୍ରୀ ଅନଙ୍ଗ ଉଦୟ ସିଂହଦେଓ କୋଶଳ କଳାମମଣ୍ଡପ ଠାରୁ ରାଜେନ୍ଦ୍ର କଲେଜ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ । ଏଥିରେ ବିଭିନ୍ନ ସ୍କୁଲ କଲେଜ ଓ ସାଂସ୍କୃତିକ ଅନୁଷ୍ଠାନ ଯୋଗଦେଇଛନ୍ତି l
କଲେଜର ପୁରାତନ ଛାତ୍ର ତଥା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧକ୍ଷତରେ ଆୟୋଜିତ ହେଉଥିବା ଏହି ମହାମିଳନ ଉତ୍ସବକୁ ଅନ୍ୟତମ ପୁରାତନ ଛାତ୍ର ତଥା ନ୍ୟାୟମୂର୍ତ୍ତି ସଞ୍ଜୟ ମିଶ୍ର ଉଦଘାଟନ କରିବେ । ଆଜି ରାଜେନ୍ଦ୍ରଭିଆନଙ୍କ ପ୍ଲାଟିନମ ଜୁବୁଲି ପାଇଁ ଆୟୋଜନ କରିଛନ୍ତି ସାଂସ୍କୃତିକ l ଏଥିରେ ବିଭିନ୍ନ ସ୍କୁଲ କଲେଜ ଓ ସାଂସ୍କୃତିକ ଅନୁଷ୍ଠାନ ଯୋଗଦେଇଛନ୍ତି l

Advertisement