କୋଟଗଡ଼ ,୨୦।୧୨(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କୋଟଗଡ଼ ସରକାରୀ ଉ ପ୍ରା.ବିଦ୍ୟାଳୟର ହିରକ ଜୟନ୍ତୀ ସମାରୋହ ହୋଇଯାଇଛି ଓ ବିଦ୍ୟାଳୟ ତରଫରୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି l ଏଥିରେ ବ୍ଲକ ରେ ଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀ ଭାଗ ନେଇ ଥିଲେ l ସେଥିପାଇଁ ତିନି ଜଣ ଜର୍ଜ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେମାନେ ହେଲେ ଶ୍ରୀ ପ୍ରଦୀପ ଚୌଧୁରୀ, ଶ୍ରୀ ହରି ହର ପାତ୍ର ଓ ଶ୍ରୀ ଯିରୀମୟ ସୁନାମାଝି ଓ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଟିମ କୁ ନାମ ଘୋଷଣା କରାଯାଇଥିଲା ଓ ଏହି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା ଚୁଲବୁଲି ନାୟିକା ଅଙ୍କିତା ଯୋଗ ଦେଇ ଦର୍ଶକ ମାନଙ୍କୁ ଆନନ୍ଦିତ କରିଥିଲେ l ନାୟିକା ଅଙ୍କିତାଙ୍କୁ କଳାଶ୍ରୀ ଯୁବ ସାଂସଦ ତରଫରୁ ଏକ ମାନପତ୍ର ଭାଇସ ପ୍ରେସିଡେଣ୍ଟ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ଦିଆଯାଇଥିଲା ଓ ମିସ ଅଙ୍କିତାଙ୍କୁ ଆମ ରିପୋର୍ଟର ପଚାରି ବୁଝି ଥିଲେ ସେ କେଉଁ କେଉଁ ସିରିଏଲରେ ରୋଲ କରିଥିଲେ ଓ ସେ ଉତ୍ତର ରଖି କହିଲେ ପରି ସିରିଏଲରେ ରୋଲ କରିଛି ଓ ବହୁତ ଆଲବମରେ ନାଚିଛି ଓ ମୋର ଆଗକୁ ଜାନୁଆରୀରେ ଏକ ଓଡ଼ିଆ ଫିଲ୍ମ ରିଲିଜ ହେବାକୁ ଯାଉଛି l




















