Friday, November 6, 2026
ADVERTISEMENT
Home କନ୍ଧମାଳ କୋଟଗଡର ନୂତନ ବସଷ୍ଟାଣ୍ଡର ଶୁଭ ଉଦଘାଟନ

କୋଟଗଡର ନୂତନ ବସଷ୍ଟାଣ୍ଡର ଶୁଭ ଉଦଘାଟନ

288
ADVERTISEMENT

କୋଟଗଡ:୧୯/୧୨,(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜିଲ୍ଲା କୋଟଗଡର ନୂତନ ବସଷ୍ଟାଣ୍ଡର ଶୁଭ ଉଦଘାଟନ କରିଥିଲେ l କୋଟଗଡ ମଝି ସାହିରେ ମାଣିକେଶ୍ବରୀ ଗୋଷ୍ଠୀକେନ୍ଦ୍ର ଓ କୋଟଗଡ ସରକାରୀ ଉ.ପ୍ରା ବିଦ୍ୟାଳୟ ର ହୀରକ ଜୟନ୍ତୀ (ସତ ବାର୍ଷିକ ) ସମାରହ ରେ ଯୋଗ ଦେଇଥିଲେ ଓ ସଭା ସାଙ୍ଗ କରିସରିଲା ପରେ କିଷାନ ଗୁଡ଼ି ଗୋଷ୍ଠୀକେନ୍ଦ୍ର ଓ କେଶ୍ରାଗୁଡା ଠାରେ ଶିବ ଶକ୍ତି ଯୁବକ ସଂଘ (ଗୋଷ୍ଠୀ କେନ୍ଦ୍ର ) ଉଦଘାଟନ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ଭାବେ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଯୋଗ ଦେଇ ଥିଲେ ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ବେହେରା ଓ ବାଲିଗୁଡା M. L. A ଚନ୍ଦ୍ର ମଣି କହଁର ଉପ ଜିଲ୍ଲା ପାଳ ଫୁଲବାଣୀ, କୋଟଗଡ ଚେୟାର ମ୍ୟାନ ସବିତା ମଲ୍ଲିକ ଓ ଭାଇସ ଚେୟାର ମ୍ୟାନ G. V ପାନ୍ତୁଲୁ ରାଓ, କୋଟଗଡ B. D. O ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ମୁର୍ମୁ ଓ ଶ୍ରୀ ମୋନଜ କୁମାର ସାବତ ହୀରକ ଜୟନ୍ତିର ସଭାପତି ଓ କୋଟଗଡ ସରପଞ୍ଚ ଶ୍ଵେତଲିନା ସୁକାମାଝୀ ଏହି ସଭାରେ ମଞ୍ଚାସିନ ଥିଲେ l

ଶ୍ରୀଯୁକ୍ତ ମନ୍ତ୍ରୀ ମହୋଦୟ ଙ୍କୁ ଆମ ରିପୋର୍ଟର ନଳିନୀ କାନ୍ତ ମିଶ୍ର ପଚାରି ବୁଝି ଥିଲେ ମନ୍ତ୍ରୀ ତାର ଉତ୍ତର ଦେଇ କହିଲେ କୋଟଗଡ ହାଇସ୍କୁଲରେ ମୁଁ 4 ବର୍ଷ ଅଧ୍ୟୟନ କରିଥିଲି ମୋ ଗାଁ ଫିରିଙ୍ଗିଆ ହାଇସ୍କୁଲରେ ସିଟ ସଂଖ୍ୟା ନ ଥିବାରୁ କୋଟଗଡ ହାଇସ୍କୁଲରେ ପାଠ ପଢି ଓ ମୁଁ ମୋ ରାଜନୀତି କ୍ୟାରିଓର ଆରମ୍ଭ କରିଥିଲି ଓ କୋଟଗଡ ପାଇଁ ସବୁ କିଛି କାମ କରିବା ପାଇଁ ମୁଁ ଆଗ୍ରହି ଅଛି ଓ ମୁଁ ମୋ ପୁରୁଣା ବନ୍ଧୁ ମାନଙ୍କୁ ଦେଖି ବହୁତ ଖୁସି ଲାଗିଲା ଯାହା ଅସୁବିଧା ଅଛି ତାହା ମୁଁ ପୂରଣ କରିବି ବୋଲି ମନ୍ତ୍ରୀ ମହୋଦୟ କହିଥିଲେ l

Advertisement