କନ୍ଧମାଳ,୧୮।୧୨(ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ଗ୍ରାମପଞ୍ଚାୟତରେ 10/12/19ରେ ପ୍ରଥମ ଗ୍ରାମସଭା ଓ 14/12/19ରେ ଦ୍ୱିତୀୟ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କଞ୍ଜାମେଣ୍ଡିରେ ଥିବା ଠିପି ବନ୍ଦ ମଦ ଦୋକାନକୁ ପୁନର୍ବାର ଲାଇସେନ୍ସ ନବୀକରଣ ନକରିବା ନିମନ୍ତେ ଜିଲ୍ଲା ଅବକାରୀ ଅଧିକ୍ଷକ, ଜିଲ୍ଲା ଅବକାରୀ ବିଭାଗ କନ୍ଧମାଳ ଫୁଲବାଣୀଠାରେ ଦରଖାସ୍ତ ଦିଆଯାଇଛି । ଏହା ଗ୍ରାମସଭାରେ ନିଷ୍ପତ୍ତି ହେଲା ପ୍ରକାରେ ଦିଆଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି କଞ୍ଜାମେଣ୍ଡି ଗ୍ରାମର ନାୟବ ସରପଞ୍ଚ ଶ୍ରୀମତୀ ପ୍ରଶାନ୍ତି ମଳିକ, ଶ୍ରୀମତୀ ଅପର୍ଣ୍ଣା ଦଳବେହେରା ନାରୀନେତ୍ରୀ, ସୁଧୀର କୁମାର ସାହୁ ଆବାହକ ନିଶାମୁକ୍ତ ଓ ଦୁର୍ନୀତି ମୁକ୍ତ ସମାଜ କନ୍ଧମାଳ, କୁମାରୀ ଗୀତାଞ୍ଜଳି କହଁର ପୁର୍ବତନ ସରପଞ୍ଚ ଗୁଡ଼ାରୀ, ଗୋବିନ୍ଦ ଚନ୍ଦ୍ର ଘଟାଲ କୁଇ ସମାଜ ସଭାପତି,ନୀଳକଣ୍ଠ ନାୟକ ଜାଗ୍ରତ ମଞ୍ଚ ଯୁବମୋର୍ଚ୍ଚା ସଭାପତି, ଯୁଧିଷ୍ଠିର ସାହୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସାଧାରଣ ସମ୍ପାଦକ, ଅମରେଶ ସାହାଣୀ ସାମାଜିକ କର୍ମୀ କଞ୍ଜାମେଣ୍ଡି ଉପସ୍ଥିତ ରହି ଦିଆଯାଇଥିଲା ।




















